April 19, 2024

Satya News

odia news channel

ଲୋକଙ୍କୁ ଭୁଆଁ ବୁଲାନ୍ତୁ ନାହିଁ, ପାଠ ପଢ଼ି କଥା ହୁଅନ୍ତୁ ସରକାର-ଅପରାଜିତା

 

ଭୁବନେଶ୍ୱର: NMA ବାଇ ଲ ପ୍ରସଙ୍ଗରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ପୁଣି ପ୍ରେସମିଟ୍ କରି ଗତକାଲିର ତଥ୍ୟକୁ ଦୋହରାଇଛନ୍ତି। ଏଥି ସହ ରାଜ୍ୟ ସରକାର ଓ BJDକୁ ଟାର୍ଗେଟ କରି  କହିଛନ୍ତି, ଲୋକଙ୍କୁ ଭୁଆଁ ବୁଲାନ୍ତୁ ନାହିଁ ସରକାର।  ପାଠ ପଢ଼ି କଥା ହୁଅନ୍ତୁ।  ଏପରିକି ୪ଟି ପ୍ରାଇଭେଟ ପାର୍ଟିକୁ ମିଳିଥିବା NOC ପ୍ରେସମଟ୍‌ରେ  ଦେଖାଇଛନ୍ତି ସାଂସଦ।  ୨୦୧୪ର ଗ୍ୟାଜେଟ ଅନୁସାରେ ରାଜ୍ୟ ସଂସ୍କୃତି ବିଭାଗର ନିର୍ଦ୍ଦେଶକ NOC ଦେବା ପାଇଁ ପ୍ରାଧିକୃତ ଅଧିକାରୀ ଥିବା ସେ ଦର୍ଶାଇଛନ୍ତି ଏଥିରୁ ରାଜ୍ୟ ସରକାରଙ୍କ ଅଜ୍ଞତା ଓ ଅପରିପକ୍ୱତା ଜଣାପଡୁଛି ବୋଲି ଅପରାଜିତା କହିଛନ୍ତି ।

ଅପରାଜିତା କହିଛନ୍ତି, ବିଜେଡିର ଜଣେ ଭଦ୍ରବ୍ୟକ୍ତି ୧୯୫୮ ଆକ୍ଟକୁ ନେଇ କିଛି କହିଛନ୍ତି। ସେ କହିବା କଥା, ସଂସ୍କୃତି ବିଭାଗ ନିର୍ଦ୍ଦେଶକ ପ୍ରାଧିକୃତ ଅଧିକାରୀ ନୁହନ୍ତି। ମୁଁ ତଥ୍ୟ ଭିତରକୁ ନଯାଇ କୌଣସି ମତ ଦିଏନାହିଁ।  ତଥ୍ୟକୁ ବିଶ୍ଳେଷଣ କରେ। ତଥ୍ୟହୀନ, ତର୍କହୀନ କଥା କହେନାହିଁ । ବିଜେଡି ଓ ରାଜ୍ୟ ସରକାର ପାଠପଢ଼ି କଥା କହନ୍ତୁ, ଲୋକଙ୍କୁ ଭ୍ରମିତ ନ କରନ୍ତୁ।

୨୦୨୧ ଜାନୁଆରୀ ୨୦ରେ NMAଠାରୁ ୪ଟି NOC ଘରୋଇ ପକ୍ଷକୁ ଦିଆଯାଇଛି। ଏ ସଂପର୍କରେ ରାଜ୍ୟ ସଂସ୍କୃତି ବିଭାଗ ନିର୍ଦ୍ଦେଶକଙ୍କୁ ଅବଗତ କରାଯାଇଛି। ଏପରି ମନ୍ତବ୍ୟ  ରାଜ୍ୟ ସରକାରଙ୍କ ଅଜ୍ଞତା ଓ ଅପରିପକ୍ୱତା ଦର୍ଶାଉଛି ବୋଲି କହିଛନ୍ତି ଅପରାଜିତା।

ସୂଚନାଥାଉ କି, ଗତକାଲି ପ୍ରେସ ମିଟ୍‌ କରି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ନୂଆ ତଥ୍ୟା ସାମ୍ନା ଆଣିଥିଲେ। ସେ କହିଥିଲେ, AMSAR ଆକ୍ଟ ୧୯୫୮ର ଯେଉଁ ଧାରା ଅନୁସାରେ ବାଇ-ଲ ପର୍ଯ୍ୟବସିତ ହୋଇଛି, ସେହି ଅନୁସାରେ ରାଜ୍ୟରେ ପ୍ରାଧିକୃତ ଅଧିକାରୀ ହେଉଛନ୍ତି ସଂସ୍କୃତି ବିଭାଗର ନିର୍ଦ୍ଦେଶକ

୨୦୧୪ରୁ ଏହି ବ୍ୟବସ୍ଥା ଅଛି ।  ରାଜ୍ୟ ସରକାର ବାଇ ଲ ସଂପର୍କରେ କିଛି ଜାଣିନଥିଲେ ବୋଲି ଯାହା କହୁଛନ୍ତି ତାହା ଠିକ୍‌ ନୁହେଁ। ରାଜ୍ୟ ସରକାରଙ୍କ ଅଜାଣତରେ ବାଇ ଲ ତିଆରି ହୋଇଛି ବୋଲି ଆସିଥିବା ଅଭିଯୋଗ ସତ ନୁହେଁ ବୋଲି  ସେ କହିଥିଲେ ।

ଅପରାଜିତା ଷଡ଼ଙ୍ଗୀ ପ୍ରଶ୍ନ କରିଥିଲେ, AMSAR ଆକ୍ଟ ୧୯୫୮ ଅନୁସାରେ ୨୦୧୪ରୁ ରାଜ୍ୟ ସଂସ୍କୃତି ବିଭାଗର ନିର୍ଦ୍ଦେଶକଙ୍କୁ ପ୍ରାଧିକୃତ ଅଧିକାରୀ କରାଯାଇଥିବା ବେଳେ ବାଇ ଲ ସଂପର୍କରେ କେମିତି ଜାଣିନଥିଲେ ରାଜ୍ୟ ସରକାର ?

ତେବେ ହେରିଟେଜ୍ ବାଇ ଲ ପ୍ରତ୍ୟାହାର ହେଲେ କିଛି ଲାଭ ହେବନାହିଁ ବୋଲି ସାଂସଦ କହିଥିଲେ।   ସମ୍ବିଧାନରେ ଆଇନ ରହିଛି, ସେ ଯଦି ପ୍ରତ୍ୟାହାର ହେଉନି, ତେବେ ବାଇ ଲ ଲାଗୁ ହେଲେ ସବୁକିଛି ଆହୁରି ବ୍ୟବସ୍ଥିତ ହୋଇ ପାରିବ ବୋଲି ସାଂସଦ କହିଥିଲେ। ତେବେ ରାଜ୍ୟ ସରକାରଙ୍କ ମତାମତ ନିଆନଯିବା କହିବା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ଗତକାଲି ପ୍ରେସମିଟ୍‌ରେ କହିଲେ ଅପରାଜିତା ଷଡଙ୍ଗୀ।

ଅନ୍ୟପକ୍ଷେ ଏନଏମଏ ବାଇ ଲ ପ୍ରସଙ୍ଗରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ମନ୍ତବ୍ୟକୁ କଟା ଘାରେ ଚୂନ ଦେବା ଭଳି କହିଛନ୍ତି ଲିଙ୍ଗରାଜ ମନ୍ଦିରର ୪ଟି ସେବାୟତ ନିଯୋଗ କର୍ମକର୍ତ୍ତା । ସେମାନେ କହିଛନ୍ତି ବିଜେପି ବିଜେଡି ବିବାଦରୁ ଏହି ବାଇ ଲ କରାଯାଇଛି । ଲିଙ୍ଗରାଜ ମନ୍ଦିରକୁ ନେଇ ରାଜନୀତିକରଣ କରାଯାଇଛି । ବାଇ ଲ ତୁରନ୍ତ ପ୍ରତ୍ୟାହାର ନହେଲେ ଆଗକୁ ଆସୁଥିବା ମହାଶିବରାତ୍ରୀ ଉତ୍ସବ ଉପରେ ଏହାର ପ୍ରଭାବ ପଡ଼ିବ ବୋଲି ନିଯୋଗ କର୍ମକର୍ତ୍ତମାନେ କହିଛନ୍ତି।

Spread the love