July 27, 2024

Satya News

odia news channel

ସୁନ୍ଦରଗଡ଼ବାସୀଙ୍କୁ ୪୯୧୫ କୋଟି ଟଙ୍କାର ଭେଟି ଦେଲେ ମୁଖ୍ୟମନ୍ତ୍ରୀ

 

ଆଶାର ସହର ରାଉରକେଲା

ଆୟୋଜିତ ଏକ ସଭାରେ ଯୋଗ ଦେଇ ନବୀନ କହିଛନ୍ତି ଯେ, ଆଶାର ସହର ହେଉଛି ରାଉରକେଲା। ଏହାସହ ରାଉରକେଲାକୁ ହକି ବିଶ୍ୱକପ୍ ଭେନ୍ୟୁ ମନୋନୀତ କରାଯାଇଛି। ଆଜି ରାଉରକେଲାରେ ହିଁ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ ପାଇଁ ଭିତ୍ତି ଦିଆଗଲା ଓ ଏହାସହ ନୂତନ ଭାବରେ ନିର୍ମାଣ ହେବାକୁ ଥିବା ହକି ଷ୍ଟାଡ଼ିୟମ ବିର୍ସା ମୁଣ୍ଡାଙ୍କ ନାଁରେ ନାମିତ କରାଗଲା ବୋଲି ନବୀନ ନିଜ ବକ୍ତବ୍ୟରେ କହିଛନ୍ତି।

ତେବେ ସୁନ୍ଦରଗଡବାସୀଙ୍କୁ ୪୯୧୫ କୋଟି ଟଙ୍କାର ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଉରକେଲାର ବିପିୟୁଟି ପରିସରରେ ଆୟୋଜିତ ସଭାସ୍ଥଳରୁ ସୁନ୍ଦରଗଡବାସୀଙ୍କୁ ଉଦବୋଧନ ମଧ୍ୟ ଦେଇଥିଲେ। ଜିଲ୍ଲାଗସ୍ତ କରି ୧୪ଟି ପ୍ରକଳ୍ପର ଶୁଭାରମ୍ଭ କରିବା ସହ ସ୍ୱାସ୍ଥ୍ୟ,ଶିକ୍ଷା, ପରିମଳ, ପାନୀୟ ଜଳ, ବିଦ୍ୟୁତ ଯୋଗାଣ, ଦକ୍ଷତା ବିକାଶ ଭଳି ୧୪ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ।

ସଭାରେ ଉପସ୍ଥିତ ଥିବା ରାଜସ୍ୱମନ୍ତ୍ରୀ ସୁଦାମ ମାରାଣ୍ଡି ଓ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ମଧ୍ୟ ନିଜର ବକ୍ତବ୍ୟ ରଖିଥିଲେ। ତେବେ ଗତକାଲି ନବୀକଙ୍କ ଗସ୍ତକୁ ନେଇ କିନ୍ତୁ ରାଜନୀତି ଜୋର ଧରିଥିଲା। ଏହାବ୍ୟତୀତ ରାଉରକେଲା ସ୍ମାର୍ଟ ସିଟି ଓ ଅନ୍ୟ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବେ ବୋଲି ପୂର୍ବରୁ ସୂଚନା ମଧ୍ୟ ଥିଲା। ଆଉ  ମୁଖ୍ୟମନ୍ତ୍ରୀ ଗସ୍ତ ପୂର୍ବରୁ ସହରରେ ଏତେ ସଂଖ୍ୟାରେ ମନ୍ତ୍ରୀ ଓ ନେତାଙ୍କ ଉପସ୍ଥିତିକୁ ହଜମ କରିପାରିନଥିଲେ ବିରୋଧୀ।

Spread the love