April 25, 2024

Satya News

odia news channel

ଜମିବାଡ଼ିକୁ କେନ୍ଦ୍ରକରି ଆକ୍ରମଣ: ବାପ-ପୁଅଙ୍କ ଟାଙ୍ଗିଆ ଚୋଟରେ ଜଣେ ମୃତ

ନୟାଗଡ଼,୨୬/୧: ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଅନ୍ତର୍ଗତ ବେଣାଗାଡ଼ିଆରେ ଶନିବାର ବାପ ଓ ପୁଅଙ୍କ ଟାଙ୍ଗିଆ ଚୋଟରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଜମିବାଡ଼ିକୁ କେନ୍ଦ୍ର କରି ହୋଇଥିବା ଏହି ଆକ୍ରମଣ ଘଟଣାର ମୃତକ ଜଣକ ହେଲେ ବେଣାଗାଡ଼ିଆ ଗ୍ରାମର ପ୍ରମୋଦ ଦାସ(୫୧)। ସୂଚନାନୁସାରେ, ଦୀର୍ଘବର୍ଷ ଧରି ଜମିବାଡ଼ିକୁ କେନ୍ଦ୍ରକରି ପ୍ରମୋଦ ଏବଂ ତାଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା। ଶନିବାର ସନ୍ଧ୍ୟାରେ ପ୍ରମୋଦ ବେଣାଗାଡ଼ିଆ ବଜାରରେ ଛିଡ଼ା ହୋଇଥିବାବେଳେ ହଠାତ୍ ସେଠାରେ ବେଣାଗାଡ଼ିଆ ପଞ୍ଚାୟତ ଅଧୀନ କାଦୁଆ ଗ୍ରାମର ରମା ବେହେରା, ପୁଅ ଶିବ ଓ ୨ଜଣ ସହଯୋଗୀ ସହ ସେଠାରେ ପହଞ୍ଚିଥିଲେ। ରମା ବେହେରା ଏକ ଟାଙ୍ଗିଆରେ ହଠାତ୍ ପ୍ରମୋଦଙ୍କୁ ଆକ୍ରମଣ କରିବାରୁ ସେ ଘଟଣାସ୍ଥଳରେ ଚେତାଶୂନ୍ୟହୋଇ ପଡ଼ିଯାଇଥିଲେ। ତେବେ ଘଟଣାସ୍ଥଳରେ ହିଁ ପ୍ରମୋଦଙ୍କର ମୃତ୍ୟୁ ହୋଇଥିବା ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଛନ୍ତି। ଖବରପାଇ ଖଣ୍ଡପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିବାବେଳେ ଘଟଣାର ଖୋଳତାଡ଼ ଆରମ୍ଭ କରିଛି। ଅଭିଯୁକ୍ତମାନେ ଏଭଳି କାଣ୍ଡ ଘଟାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି।

Spread the love