ଭୁବନେଶ୍ୱର,୨୬/୧: ସାଧାରଣତନ୍ତ୍ର ଦିବସ ଅବସରରେ ରବିବାର ଗାନ୍ଧୀମାର୍ଗରେ ରାଜ୍ୟସ୍ତରୀୟ ପରେଡ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଛନ୍ତି। ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ପତାକା ଉତ୍ତୋଳନ ପରେ ରାଜ୍ୟପାଳ ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ।

ଏଥିରେ ୪୮ଟି ଟ୍ରୁପ ସାମିଲ ହୋଇଥିବାବେଳେ ଟ୍ରାଫିକ ଡିସିପି ସାଗରିକା ନାଥ କମାଣ୍ଡ ଦାୟିତ୍ୱ ନେଇଥିଲେ। ବିଭିନ୍ନ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ମଧ୍ୟ ପରେଡରେ ଭାଗ ନେଇଥିଲେ। ଏଥିସହ ୧୨୦ ବାଟାଲିୟନ, ସିଆରପିଏଫ, ଆରପିଏଫ୍, ରାଜ୍ୟ ପୋଲିସର ଆଇଆର ବାଟାଲିୟନ, ଅଗ୍ନିଶମ, ଓଡ୍ରାଫ ଏବଂ ଏନସିସି ଓ ସୈନିକ ସ୍କୁଲ ଛାତ୍ରଛାତ୍ରୀ ପରେଡରେ ସାମିଲ ହୋଇଥିଲା। ଶେଷରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହୋଇଥିଲା।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍