July 27, 2024

Satya News

odia news channel

୧୫ ପର୍ଯ୍ୟଟନସ୍ଥଳୀ ବୁଲିଲେ କେନ୍ଦ୍ର ସରକାର ଦେବେ ଯାତ୍ରା ଖର୍ଚ୍ଚ

ବର୍ଷକୁ ୧୫ ପର୍ଯ୍ୟଟନସ୍ଥଳୀ ବୁଲିଲେ କେନ୍ଦ୍ର ସରକାର ଦେବେ ଯାତ୍ରା ଖର୍ଚ୍ଚ
ନୂଆଦିଲ୍ଲୀ,୨୬ ।୧: ପର୍ଯ୍ୟଟନ ମନ୍ତ୍ରଣାଳୟ ‘ଦେଖୋ ଅପନା ଦେଶ’ର ଶୁଭାରମ୍ଭ କରିଛି । ଏଥିରେ ନାଗରିକମାନେ ୨୦୨୨ ସୁଦ୍ଧା ଦେଶର ୧୫ଟି ପର୍ଯ୍ୟଟନସ୍ଥଳୀକୁ ଯାତ୍ରା କରିବେ ବୋଲି ଶପଥ ନେଇପାରିବେ । ଯାତ୍ରାରେ ବିଶେଷ ଆଗ୍ରହ ରଖୁଥିବା ଏପରି ନାଗରିକଙ୍କ ପାଇଁ କେନ୍ଦ୍ର ସରକାର ଏକ ଭଲ ନିଷ୍ପତ୍ତି ନେଇଛନ୍ତି । ତାହା ହେଲା ବର୍ଷକ ମଧ୍ୟରେ ୧୫ ପର୍ଯ୍ୟଟନସ୍ଥଳୀକୁ ଭ୍ରମଣ କଲେ ଯାତ୍ରା ଖର୍ଚ୍ଚ ସରକାର ଦେବେ । କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ କହିଛନ୍ତି, ଏହି ପଦକ୍ଷେପକୁ ଏକ ଆର୍ଥିକ ସୁବିଧା ଭାବେ ଦେଖା ନଯାଉ, ବରଂ ଏକ ଅଭିଯାନ ବୋଲି ବିବେଚନା କରାଯାଉ । ଭାରତରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ମନ୍ତ୍ରଣାଳୟ ‘ଦେଖୋ ଅପନା ଦେଶ’ କାର୍ଯ୍ୟକ୍ରମ ଲଂଚ କରିଛି । ଏହାସହିତ ମନ୍ତ୍ରଣାଳୟର ଅଫିସିଆଲ ୱେବସାଇଟରେ ଏକ ଲିଙ୍କକୁ ସଂଲଗ୍ନ କରିଛି, ଯେଉଁଥିରେ ନାଗରିକମାନେ ୨୦୨୨ ସୁଦ୍ଧା ଦେଶର ଅନ୍ୟୂନ ୧୫ ପର୍ଯ୍ୟଟନସ୍ଥଳୀକୁ ଯାତ୍ରା କରିବେ ବୋଲି ଶପଥ ନେବେ ଏବଂ ଅନ୍ୟମାନଙ୍କୁ ମଧ୍ୟ ସେପରି କରିବାକୁ ଉତ୍ସାହିତ କରିବେ । ଯେଉଁମାନେ ବର୍ଷକ ମଧ୍ୟରେ ଯାତ୍ରା କରିଥିବା ୧୫ ସ୍ଥାନର ଫଟୋଗୁଡ଼ିକୁ ୱେବସାଇଟରେ ପୋଷ୍ଟ କରିବେ, ସେମାନେ ଯାତ୍ରା ଖର୍ଚ୍ଚ ପାଇପାରିବେ ।
Spread the love