April 1, 2023

Satya News

odia news channel

ନାଁ ନନେଇ କେଜ୍ରିୱାଲଙ୍କୁ ଟାର୍ଗେଟ କଲେ ନୀତିଶ କୁମାର

ନୂଆଦିଲ୍ଲୀ,୩/୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନାଁ ନନେଇ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କୁ ଟାର୍ଗେଟ କରିବା ସହ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, କିଛିଲୋକ କାମ ନକରି କେବଳ ଆତ୍ମପ୍ରଚାରରେ ବ୍ୟସ୍ତ ଅଛନ୍ତି। କିନ୍ତୁ ଆମେ ସେଭଳି କରୁନାହୁଁ ବୋଲି ଦିଲ୍ଲୀର ଏକ ନିର୍ବାଚନୀ ରାଲିରେ ଯୋଗଦେଇ ନୀତିଶ କହିଛନ୍ତି। ବିଗତ ୫ ବର୍ଷ ମଧ୍ୟରେ ଦିଲ୍ଲୀର ବିକାଶ ଆଦୌ ହୋଇନଥିବା ସେ ପ୍ରକାଶ କରିଛନ୍ତି। ଦକ୍ଷିଣ ଦିଲ୍ଲୀର ସଂଗମବିହାର ବିଧାନସଭା ନିର୍ବାଚନମଣ୍ଡଳୀରୁ ଜେଡିୟୁ ପ୍ରାର୍ଥୀ ଭାବେ ଲଢୁଥିବା ଏସ୍‌ସିଏଲ୍‌ ଗୁପ୍ତାଙ୍କ ପାଇଁ ପ୍ରଚାର କରିବା ଅବସରରେ ନୀତୀଶ ଏହା କହିବା ସହ କେଜ୍ରିୱାଲ ସରକାର କେବଳ ଅନର୍ଥକାରୀ ନୀତିରେ ଚାଲିଥିବା ପ୍ରକାଶ କରିଛନ୍ତି। ବିହାର ଭଳି ଏକ ଗରିବ ରାଜ୍ୟ ସେଠାକାର ଅଧିବାସୀଙ୍କୁ ନିଯୁକ୍ତି, ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି ଯୋଗାଇ ଦେଉଥିବାବେଳେ ଦିଲ୍ଲୀରେ ତାହା କାହିଁକି ସମ୍ଭବ ହୋଇପାରୁନି ବୋଲି ସେ ପ୍ରଶ୍ନ କରିଛନ୍ତି।

Spread the love