ଭୁବନେଶ୍ୱର,୨୯/୧୨: ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ ଶନିବାର ‘ପାଉତି’ ମୋବାଇଲ୍ ଆପକୁ ଉନ୍ମୋଚନ କରିଛନ୍ତି। ଏଣିକି ପାଉତି ଆପ୍ ମାଧ୍ୟମରେ ଲୋକମାନେ ଖଜଣା ପୈଠ କରିପାରିବେ ବୋଲି ଜଣାପଡ଼ିଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ‘ପାଉତି’ ଆପର ଆରମ୍ଭ କରିଛି। ଏଥିସହ ଇ-ସାର୍ଟିଫିକେଟ ୱେବସାଇଟର ମଧ୍ୟ ଶୁଭାରମ୍ଭ ହୋଇଛି। ଇଡିଷ୍ଟ୍ରିକ୍ଟ ଡଟ୍ ଓଡ଼ିଶା ଡଟ୍ ଜିଓଭି ଡଟ୍ ଇନ୍ ୱେବସାଇଟ୍ ଲଞ୍ଚ ହୋଇଛି। ଯେକୌଣସି ସ୍ଥାନରୁ ଜାତିଗତ, ବାସିନ୍ଦା ଓ ଆୟ ଆଦି ପ୍ରମାଣପତ୍ର ଏହି ୱେବସାଇଟ୍ ମାଧ୍ୟମରେ ମିଳିପାରିବ। ଏଥିପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ବୋଲି ସୂଚନା ମିଳିଛି। ଉକ୍ତ ସାର୍ଟିଫିକେଟଗୁଡ଼ିକୁ ହିତାଧିକାରୀଙ୍କ ସ୍ୱ-ଘୋଷିତ ତଥ୍ୟ ଉପରେ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
More Stories
ବିଜେଡି ଗୁଣ୍ଡାମାନେ ମତେ ହତ୍ୟା କରିବାକୁ ଆସିଥିଲେ: ଜୟନାରାୟଣ
ଗଞ୍ଜୋଡ଼ଙ୍କ ପାଇଁ ବାହାରିଲା ଚାକିରି, ଦରମା ୮୮ ଲକ୍ଷ ଟଙ୍କା
ବଢୁଛି ନିଶା ମହାରଣାଙ୍କ କ୍ରେଜ