November 30, 2023

Satya News

odia news channel

ପ୍ରଖ୍ୟାତ ଲୋକପ୍ରିୟ ଅଭିନେତା ଦିଲୀପ କୁମାର ହସ୍ପିଟାଲରେ ଭର୍ତ୍ତି

 

ମୁମ୍ବଇ : ପ୍ରଖ୍ୟାତ ଲୋକପ୍ରିୟ ଅଭିନେତା ଦିଲୀପ କୁମାରଙ୍କୁ ମୁମ୍ବଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ଆଜି ଖବର ମିଳିଛି। କିଛି ଦିନ ହେବ ଦିଲୀପ କୁମାରଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଯନ୍ତ୍ରଣା ଅନୁଭବ ହୋଇଥିବା ବେଳେ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରୁ ଆଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତର ତାଙ୍କର ଚିକିତ୍ସା ଜାରି ରଖିଛନ୍ତି। ତାଙ୍କ ପତ୍ନୀ ଏନେଇ ସୂଚନା ଦେଇଛନ୍ତି।

ଗତ ମାସରେ ମଧ୍ୟ ଦିଲୀପ କୁମାରଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଏହି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷା ପରେ ରିପୋର୍ଟ ଦେଖାଯିବା ପରେ ହସ୍ପିଟାଲରେ ଘରକୁ ଯାଇଥିଲେ। ତାଙ୍କ ପତ୍ନୀ ସାୟରା ବାନୋ ଦିଲୀପ କୁମାରଙ୍କ ଖୁବ ଯତ୍ନ ନେବା ସହ ତାଙ୍କ ଟ୍ୱିଟରକୁ ମଧ୍ୟ ସକ୍ରିୟ ରଖିଥାଆନ୍ତି। ଦିଲୀପଙ୍କ ସ୍ୱାସ୍ଥ୍ୟ ସହ ଜଡିତ ସମସ୍ତ ତଥ୍ୟ ସେ ଟ୍ୱିଟ ଯୋଗେ ଜଣାଇଥାଆନ୍ତି। କିଛି ଦିନ ପୂର୍ବରୁ ଦିଲୀପ କୁମାର କରୋନା ମହାମାରୀର କାୟାରୁ ସଭିଁଙ୍କୁ ନିଜ ଯତ୍ନ ନେବା ପାଇଁ କହିବା ସହ ସଭିଏଁ ସୁରକ୍ଷିତ ରୁହନ୍ତୁ ବୋଲି କହିଛନ୍ତି।

Spread the love