April 16, 2024

Satya News

odia news channel

ରାଜ୍ୟରେ ପୁଣି ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ, ଦିନକରେ ୧୦ ହଜାର ୪୧୩ ଆକ୍ରାନ୍ତ

 

ଭୁବନେଶ୍ୱର: ଆଜି ପୁଣି ନୂଆ ରେକର୍ଡ। ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୦ ହଜାର ୪୧୩ ଜଣ କରୋନା ପଜିଟିଭ ଚିହ୍ନଟ। ଗତକାଲି ଏହି ସଂଖ୍ୟା ୮ ହଜାର ୬୮୧ ଥିବା ବେଳେ ଆଜି ତାହା ୧୦ ହଜାର ପାର୍ ହୋଇଛି। ଏହି ସଂକ୍ରମଣ ସଂଖ୍ୟା ଲୋକଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

ତେବେ ନୂଆ ୧୦୪୧୩ ସଂକ୍ରମିତଙ୍କ ମଧ୍ୟରୁ ପୁଣି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଚିହ୍ନଟ। ଖୋର୍ଦ୍ଧାରୁ ୧୭୯୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୧୦୦ ପଜିଟିଭ ଚିହ୍ନଟ । ସେହିପରି କଟକରୁ ୮୨୮, ପୁରୀରୁ ୫୩୩, ବରଗଡ଼ରୁ ୫୧୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ଝାରସୁଗୁଡ଼ାରୁ ୪୪୨, ସମ୍ବଲପୁରରୁ ୪୨୬, ନୂଆପଡ଼ାରୁ ୪୧୮, ଅନୁଗୁଳରୁ ୩୯୨, ନବରଙ୍ଗପୁରରୁ ୩୭୮, କଳାହାଣ୍ଡିରୁ ୩୭୬, ଯାଜପୁରରୁ ୩୩୨, ମୟୂରଭଞ୍ଜରୁ ୨୪୭, ଗଞ୍ଜାମରୁ ୨୩୨, ନୟାଗଡ଼ରୁ ୨୧୮, ଭଦ୍ରକରୁ ୨୦୧, ରାୟଗଡ଼ାରୁ ୨୦୦, ବଲାଙ୍ଗିରରୁ ୧୬୦, ଗଜପତିରୁ ୧୫୬, ସୁବର୍ଣ୍ଣପୁରରୁ ୧୩୦, କେନ୍ଦୁଝରରୁ ୧୨୬, ଦେବଗଡ଼ରୁ ୧୦୩ ଓ ଷ୍ଟେଟ୍ ପୁଲରୁ ୩୬୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ତେବେ ଏହି ସଟଡାଉନ ଘୋଷଣା ପରେ ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ କଡ଼ାକଡ଼ି ଚେକିଂ ଓ ବ୍ଲକିଂ ଚାଲିଛି। ଅମାନିଆଙ୍କୁ ଜଗିବାକୁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏହି ସଟାଡାଉନ ଆସନ୍ତା ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ଜାରି ରହିବ।

ତେବେ ଏହି ସପ୍ତାହାନ୍ତ ଦୁଇ ଦିନ ସଟଡାଉନ ମଧ୍ୟରେ ସକାଳ ୫ଟାରୁ ୬ଟା ପଯର୍ୟନ୍ତ ଲୋକଙ୍କୁ ପ୍ରାତଃଭ୍ରମଣ ଏବଂ ସାଇକେଲିଂ ପାଇଁ ୧ ଘଣ୍ଟା ଛାଡ଼ କରାଯାଇଛି। ସଟଡାଉନରେ କେବଳ ଅତ୍ୟାବଶ୍ୟକ ସେବାକୁ ଛାଡି ଅନ୍ୟ ସବୁ କାଯ୍ୟକ୍ରମ ବନ୍ଦ ରହିବ। ଏହି ସମୟରେ ଘରୁ ଲୋକଙ୍କୁ ନବାହାରିବାକୁ ନିବେଦନ କରିଛି ପୋଲିସ। ବାହାର ରାଜ୍ୟକୁ ଲାଗିଥିବା ଜିଲ୍ଲା ଗୁଡିକର ସୀମାରେ ପୋଲିସ ପକ୍ଷରୁ କଡ଼ାକଡ଼ି ପହରା ଦିଆଯାଉଛି। ଖାସ କରି ଅମାନିଆଙ୍କ ଉପରେ ଏହି ସମୟରେ କଡ଼ା ନଜର ରଖିଛି ପୋଲିସ।

Spread the love