
ଜୟପୁର : ଅଭିଭାବକଙ୍କୁ ବଡ ଆଶ୍ଵସ୍ତି ଦେଇ ରାଜସ୍ଥାନ ସରକାରଙ୍କ ଗଠିତ କମିଟି ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର-ଛାତ୍ରୀଙ୍କ ସ୍କୁଲ ଫିରେ ୪୦ ପ୍ରତିଶତ ହ୍ରାସ କରିଛନ୍ତି। କରୋନା ମହାମାରୀ ମଧ୍ୟରେ ରାଜସ୍ଥାନ ସରକାର ସିବିଏସଇ ସମ୍ବନ୍ଧିତ ଘରୋଇ ସ୍କୁଲର ନବମରୁ ଦ୍ଵାଦଶ ଶ୍ରେଣୀ ପାଇଁ ଟ୍ୟୁସନ ଫିରେ ୩୦ ପ୍ରତିଶତ ଏବଂ ରାଜ୍ୟ ବୋର୍ଡ ସହ ଜଡିତ ସ୍କୁଲ ପାଇଁ ୪୦ ପ୍ରତିଶତ ଫି ହ୍ରାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ନିର୍ଦ୍ଦେଶରେ କୁହାଯାଇଛି ସିବିଏସଇ ସ୍କୁଲର ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମରେ ୩୦ ପ୍ରତିଶତ କମାଇ ଦିଆଯାଇଛି। ଏଥିପାଇଁ ସ୍କୁଲର ଟ୍ୟୁସନ ଫିରେ ୩୦ ପ୍ରତିଶତ ହ୍ରାସ କରିବା ଉଚିତ୍। ଅନ୍ୟପଟେ ରାଜସ୍ଥାନ ବୋର୍ଡ ପାଠ୍ୟକ୍ରମରେ ୪୦ ପ୍ରତିଶତ ହ୍ରାସ କରାଯାଇଥିବାରୁ ଶୁଳ୍କରେ ୪୦ ପ୍ରତିଶତ କମ କରିବା ଉଚିତ୍। ସରକାରଙ୍କ ନିଷ୍ପତ୍ତିରେ ଅଭିଭାବକଙ୍କୁ ବଡ ଆଶ୍ଵସ୍ତି ମିଳିଛି।
ଶିକ୍ଷା ବିଭାଗ ବୁଧବାର ଏହି ଆଦେଶ ଜାରି କରିଛି। ବିଭାଗ ନଭେମ୍ବର ୨ରୁ ସ୍କୁଲ ପୁଣି ଥରେ ଖୋଲିବା ଉପରେ ପ୍ରସ୍ତାବ ଦେବା ଲାଗି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ ଏସଓପି ଗାଇଡ୍ଲାଇନ୍ ସହିତ ଏକ ରିପୋର୍ଟ ପ୍ରଦାନ କରିଛି। କିନ୍ତୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାର୍ଥୀଙ୍କ ପାଇଁ କୌଣସି ନିର୍ଣ୍ଣୟ ନିଆଯାଇ ନାହିଁ। ସ୍କୁଲ ଖୋଲାଯିବା ପରେ ଏହି ଛାତ୍ର-ଛାତ୍ରୀଙ୍କ ପାଇଁ ସ୍କୁଲ ଫି ଉପରେ ନିଷ୍ପତ୍ତି ନିଆଯିବ।
More Stories
ବିଜେଡି ଗୁଣ୍ଡାମାନେ ମତେ ହତ୍ୟା କରିବାକୁ ଆସିଥିଲେ: ଜୟନାରାୟଣ
ଗଞ୍ଜୋଡ଼ଙ୍କ ପାଇଁ ବାହାରିଲା ଚାକିରି, ଦରମା ୮୮ ଲକ୍ଷ ଟଙ୍କା
ବଢୁଛି ନିଶା ମହାରଣାଙ୍କ କ୍ରେଜ