ମୁମ୍ବାଇ,୧୬/୨: କଲର୍ସ ଚ୍ୟାନେଲର ଲୋକପ୍ରିୟ ରିୟାଲିଟି ଶୋ ବିଗ ବସ୍ ସିଜନ-୧୩ର ଗ୍ରାଣ୍ଡ ଫିନାଲେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଟେଲିଭିଜନ ତାରକା ସିଦ୍ଧାର୍ଥ ଶୁକ୍ଲା ଏହି ସିଜନର ବିଜେତା ହୋଇଛନ୍ତି। ଶୋ’ର ହୋଷ୍ଟ ସଲମାନ ଖାନଙ୍କଠାରୁ ସେ ଏହି ଟ୍ରଫି ଏବଂ ୫୦ ଲକ୍ଷ ଟଙ୍କାର ଚେକ ଗ୍ରହଣ କରିଛନ୍ତି। ଶୋ’ର ଅନ୍ୟତମ ପ୍ରତିଯୋଗୀ ଅସୀମ ରିୟାଜ ଦ୍ଵିତୀୟ ସ୍ଥାନରେ ଏବଂ ଶେହେନାଜ ଗିଲ ତୃତୀୟ ସ୍ଥାନରେ ରହିଛନ୍ତି। ଏହି ଶୋ’ରେ ସିଦ୍ଧାର୍ଥ ସମସ୍ତଙ୍କ ସହ ଉତ୍ତମ ସମ୍ପର୍କ ସ୍ଥାପନ କରିଥିଲେ। କିନ୍ତୁ ଶୋ’ର ଅନ୍ୟ ପ୍ରତିଯୋଗୀ ରଶ୍ମି ଦେଶାଇଙ୍କ ସହ ତାଙ୍କର ଭଲ ସମ୍ପର୍କ ନଥିଲା। ରଶ୍ମି ଦେଶାଇ ତାଙ୍କୁ ସାଇକୋ ବୋଲି କହୁଥିଲେ। ସୂଚନାଯୋଗ୍ୟ, ଗତବର୍ଷ ସେପ୍ଟେମ୍ବର ୨୯ ତାରିଖରେ ଏହି ଶୋ’ ଆରମ୍ଭ ହୋଇ ଦୀର୍ଘ ୧୪୦ ଦିନ ଧରି ଚାଲିଥିଲା।
More Stories
ଖଣ୍ଡପଡ଼ାରେ ଜୋର ଧରିଲା ସୌମ୍ୟ ବିରୋଧୀ ମେଳି
ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍: ୨୪ ଘଣ୍ଟାରେ ୨୫୭ ସଂକ୍ରମିତ ଚିହ୍ନଟ
୨୧ ତାରିଖ ଇଡି ଅଫିସ ଘେରାଉ କରିବ କଂଗ୍ରେସ