
ଭୁବନେଶ୍ୱର: ତଦନ୍ତ ସମୟରେ ଏସ୍ଆଇଟି ଟିମ୍କୁ ଆକ୍ଷେପ କରିବା ଦୁର୍ଭାଗ୍ୟଜନକ ଓ ଅନୈତିକ କହିଲା ଓଡ଼ିଶା ପୋଲିସ। ପରୀ ଘଟଣାରେ ସରୋଜ ସେଠୀଙ୍କ ବୟାନ ପରେ ପ୍ରତିକ୍ରିୟା ରଖିଛି ଓଡ଼ିଶା ପୋଲିସ। ଏହି ଘଟଣାକୁ ନେଇ ଓଡ଼ିଶା ପୋଲିସ କହିଛି ଯେ ପରୀ ହତ୍ୟାର ଖିଅ କାଢ଼ିବାକୁ ଟିମ୍ ପୂରା ଦମ୍ରେ କାମ କରୁଛି। ଅନେକ ଲୋକଙ୍କୁ ଜେରା ହୋଇଛି, ତଦନ୍ତରେ ଆଖିଦୃଷ୍ଟିଆ ଅଗ୍ରଗତି ହୋଇଛି। ତଦନ୍ତ ପ୍ରକ୍ରିୟାରେ SITକୁ ପୂରା ଗାଁ ଲୋକ ସହଯୋଗ କରୁଛନ୍ତି। ଏଭଳି ସ୍ଥଳେ ଜଣେ ବ୍ୟକ୍ତିଙ୍କ ଆକ୍ଷେପ ଟିମ୍କୁ ହତୋତ୍ସାହ କରିବ। ଏହା ଦୁର୍ଭାଗ୍ୟଜନକ ଏବଂ ଅନୈତିକ ବୋଲି ଓଡ଼ିଶା ପୋଲିସ କହିଛି।
ପ୍ରକାଶଥାଉକି ପରୀ ହତ୍ୟା ଘଟଣାର ଦୋଷ ମୁଣ୍ଡାଇବାକୁ ୫ ଲକ୍ଷ ଟଙ୍କା ଯାଚିଥିବା ପରି ସଙ୍ଗୀନ ଅଭିଯୋଗ ହୋଇଛି । ଏହି ଅଭିଯୋଗ କରିଛନ୍ତି ଯଦୁପୁର ଗାଁର ଯୁବକ ସରୋଜ ସେଠୀ। ନୟାଗଡ଼ ପରୀ ହତ୍ୟା ମାମଲାରେ ଏସ୍ଆଇଟି ତଦନ୍ତ ଚାଲିଥିବା ବେଳେ ସରୋଜ କହିଥିଲେ ଯେ- “ନିଖୋଜ ହେବାର ପୂର୍ବଦିନ ପରୀ ଆମ ଘରକୁ ଆସିଥିବାରୁ ମୋତେ ସନ୍ଦେହ କରୁଛନ୍ତି। ସେଥିପାଇଁ ମୋ ରକ୍ତ, ଲାଳ ଓ ପ୍ୟାଣ୍ଟସାର୍ଟ ନମୁନା ନେଇଛନ୍ତି। ଦୋଷ ମାନିବାକୁ ଅରୁଣ ବୋଥ୍ରା ସାର୍ ମୋତେ ୫ ଲକ୍ଷ ଯାଚିଥିଲେ। ତୋତେ ୧୮ ବର୍ଷ, ଆମେ ୧୭ ଦେଖେଇବୁ, ତୁ ରାଜି ହେଇଯା ବୋଲି ବୋଥ୍ରା କହିଥିବା ନେଇ ସେ ଗଣମାଧ୍ୟମକୁ କହିଛନ୍ତି ।
More Stories
ଜରିପଡ଼ା ସେବା ସମବାୟ ସମିତିରେ ସମବାୟ ସପ୍ତାହ ପଳନ
ଲେଖିକାଙ୍କ ଘର ଭାଙ୍ଗିଦେଲେ ମୌସୁମୀ !!
ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ