
କୋଲକାତା : ପଶ୍ଚିମବଙ୍ଗରେ ମନ୍ତ୍ରୀ ରହିଥିବା ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଶୁଭେନ୍ଦୁ ଅଧିକାରୀ ଗୁରୁବାର ଟିଏମସିର ସମସ୍ତ ପଦବୀରୁ ଇସ୍ତଫା ଦେଇଛନ୍ତି । ଏହାପୂର୍ବରୁ ସେ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ । କୁହାଯାଉଛି ଯେ ସେ ଅତିଶୀଘ୍ର ବିଜେପିରେ ସାମିଲ ହେବେ ।
ମମତାଙ୍କ ମନ୍ତ୍ରୀମଣ୍ଡଳରୁ ଶୁଭେନ୍ଦୁ ଇସ୍ତଫା ଦେବା ପରେ ତାଙ୍କୁ ଦଳ ପକ୍ଷରୁ ଅନେକ ବୁଝାସୁଝା କରାଯାଇଥିଲା। ଯାହା ବିଫଳ ହୋଇଛି । ସେ ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତାଙ୍କ କଥାରେ ଆସି ନାହାନ୍ତି। ଗତ ମଙ୍ଗଳବାର ଶୁଭେନ୍ଦୁ ସ୍ଥାନୀୟ ଓ ବାହାର ଲୋକଙ୍କୁ ନେଇ ହେଉଥିବା ଆଲୋଚନା ପ୍ରସଙ୍ଗରେ ପ୍ରଥମ ଥର ମୁହଁ ଖୋଲିଥିଲେ। ଅନ୍ୟ ରାଜ୍ୟରୁ ଆସୁଥିବା ଲୋକଙ୍କୁ ବାହାର ଲୋକେ ବୋଲି କୁହାଯାଇ ପାରିବ ନାହିଁ ବୋଲି ଶୁଭେନ୍ଦୁ କହିଥିଲେ। ସେମାନେ ପ୍ରଥମେ ଭାରତୀୟ ଓ ପରେ ବେଙ୍ଗଲୀ ବୋଲି କହିଥିଲେ ଶୁଭେନ୍ଦୁ।
ନନ୍ଦିଗ୍ରାମ ବିଧାୟକ ଶୁଭେନ୍ଦୁ ତାଙ୍କ ଛବି ବିଗାଡିବାକୁ ଚାହୁଁଥିବା ଲୋକଙ୍କୁ ଉଚିତ ଜବାବ ମିଳିବ ବୋଲି କହିଛନ୍ତି। ପଶ୍ଚିମବଙ୍ଗ ସ୍ଥାନୀୟ ଗଣମାଧ୍ୟମ ଅନୁସାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆସନ୍ତା ୧୯ ଅଥବା ୨୦ ତାରିଖରେ ପଶ୍ଚିମବଙ୍ଗ ଗସ୍ତରେ ଆସୁଛନ୍ତି। ଏହି ଅବସରରେ ଶୁଭେନ୍ଦୁ ହୁଏତ ବିଜେପିରେ ଯୋଗଦାନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଗତ ନଭେମ୍ବର ମାସରେ ଶୁଭେନ୍ଦୁ ରାଜ୍ୟ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଥିଲେ। ସେବେଠାରୁ ସେ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଅନୁମାନ କରାଯାଉଥିଲା।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍