July 27, 2024

Satya News

odia news channel

ଭାରତର ୮୦୦ ନିୟୁତ ଡଲାରରୁ ଅଧିକ ମୂଲ୍ୟର ୪ଟି ପ୍ରକଳ୍ପକୁ ମିଳିଲା ବିଶ୍ୱବ୍ୟାଙ୍କ ମଞ୍ଜୁରି

 

ନୂଆଦିଲ୍ଲୀ : ବିଶ୍ୱବ୍ୟାଙ୍କ ବୋର୍ଡର କାର୍ଯ୍ୟକାରୀ ନିର୍ଦ୍ଦେଶକଙ୍କ ବୈଠକରେ ବୁଧବାର ଭାରତର ୮୦୦ ନିୟୁତ ଡଲାରରୁ ଅଧିକ ମୂଲ୍ୟର ୪ଟି ପ୍ରକଳ୍ପକୁ ମଞ୍ଜୁରି ମିଳିଛି। ଭାରତର ଏହି ସବୁ ପ୍ରକଳ୍ପ ଦୀର୍ଘ ବିକାଶମୂଳକ କାର୍ଯ୍ୟର ବିସ୍ତୃତ ଶୃଙ୍ଖଳା। ଏହି ସବୁ ପ୍ରକଳ୍ପ ଦ୍ୱାରା ଛତିଶଗଡ଼ ରାଜ୍ୟରେ ଆଦିବାସୀ ପରିବାରଙ୍କୁ ପୋଷଣ ସହାୟକ କୃଷି ଲାଗି ପ୍ରୋତ୍ସାହନ ସାଙ୍ଗକୁ ନାଗାଲ୍ୟାଣ୍ଡରେ ଗୁଣାତ୍ମକ ଶିକ୍ଷା ଓ ଦେଶର ବିଭିନ୍ନ ନଦୀ ବନ୍ଧ ପ୍ରକଳ୍ପର ଦୃଢିକରଣ ସହ ଦୀର୍ଘମିଆଦି ବିକାଶକୁ ପ୍ରୋତ୍ସାହିତ କରିବ ବୋଲି କୁହାଯାଇଛି।

ୱାର୍ଲଡ ବ୍ୟାଙ୍କ ଇଣ୍ଡିଆ କଣ୍ଟ୍ରି ଡାଇରେକ୍ଟର ଜୁନେଦ ଅହମ୍ମଦ ଏ ନେଇ ସୂଚନା ଦେଇଥିବା ବେଳେ  ସେ କହିଛନ୍ତି ଯେ ବିକାଶମୂଳକ କାର୍ଯ୍ୟ ବର୍ତ୍ତମାନ ସମୟର ଅତିରିକ୍ତ ଦାୟିତ୍ୱ। ଏହି ୪ଟି ପ୍ରକଳ୍ପ ଜରିଆରେ ସରକାର ଅର୍ଥବ୍ୟବସ୍ଥାକୁ ନମନୀୟ କରିବା ସହ ସ୍ଥାୟୀ ସୁଧାର ଆଣି ପାରିବେ। ମହାମାରୀରେ ଅସୁରକ୍ଷିତ ହୋଇପଡ଼ିଥିବା ଗରିବ ପରିବାରଙ୍କ ଆର୍ଥିକ ପରିସ୍ଥିତି ସୁଧାରରେ ଏହି ସବୁ ପ୍ରକଳ୍ପ ବେଶ୍ ସହାୟକ ହୋଇପାରିବେ।

ଏହାଛଡା ପ୍ରକଳ୍ପଗୁଡିକ ଅନେକ ପରିବାରଙ୍କ ଉନ୍ନତ ଆର୍ଥିକ ଆୟର ମାର୍ଗ ପ୍ରଶସ୍ତ କରିବା ସହ ସରକାରଙ୍କ ସମ୍ପ୍ରସାରିତ ସାମାଜିକ ସୁରକ୍ଷା ଯୋଜନା ଦ୍ୱାରା ସେମାନଙ୍କୁ ଲାଭାନ୍ୱିତ କରାଯାଇ ପାରିବ।  ଏହି ପ୍ରକଳ୍ପମାନଙ୍କ ମଧ୍ୟରେ ନାଗାଲ୍ୟାଣ୍ଡରେ ଗୁଣାତ୍ମକ ଶିକ୍ଷା ବିକାଶ ଲାଗି ୬୮ ମିଲିୟନ ଡଲାରର ପ୍ରକଳ୍ପ ମଧ୍ୟ ରହିଛି। କୋଭିଡ-୧୯ ମହାମାରୀ ପ୍ରତିକ୍ରିୟାରେ ଭାରତକୁ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ସାମାଜିକ ସୁରକ୍ଷା ନିଶ୍ଚିତ କରିବା ଲାଗି ବିଶ୍ୱବ୍ୟାଙ୍କ ଏହି ସହାୟତା ମଞ୍ଜୁର କରିଛନ୍ତି।

Spread the love