July 27, 2024

Satya News

odia news channel

ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ କରୋନା ପଜିଟିଭ୍‌

 

ନୂଆଦିଲ୍ଲୀ : ସାରାବିଶ୍ୱରେ କରୋନା ପ୍ରକୋପ ଜାରି ରହିଛି । ଏହିପରିପେକ୍ଷୀରେ ଗୁରୁବାର ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ କରୋନାରେ ସଂକ୍ରମିତ ହୋଇଛନ୍ତି । ଗତକିଛି ଧରି ସେ ଅସୁସ୍ଥତା ଅନୁଭୁବ କରୁଥିଲେ । ତେଣୁ ସେ ନିଜର କୋଭିଡ଼ ଟେଷ୍ଟ କରିଥିଲେ । ଯାହା ପଜିଟିଭ୍‌ ଆସିଛି । କରୋନାରେ ସଂକ୍ରମିତ ଜଣାପଡିବା ପରେ , ସେ ନିଜ ଆଇସୋଲେଟ୍‌ କରିଛନ୍ତି । ଏହାସହ ତାଙ୍କ ସହିତ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ସଂଗରୋଧ ଓ କୋଭିଡ଼ ଟେଷ୍ଟ କରାଇନେବାକୁ ଅପିଲ୍ କରିଛନ୍ତି ।

ନିକଟରେ କରୋନା ଜନିତ ସମସ୍ତ କଟକଣାକୁ ହଟାଇଦେଇଥିଲେ । କିନ୍ତୁ ଏବେ ବି ଦେଶରେ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ପ୍ରତିଦିନ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେବେ ଫ୍ରାନ୍ସରେ ଏବେ କେବଳ ନାଇଟ କଫ୍ୟୁ ଲାଗୁ ହୋଇଛି । ଯାହା ରାତି ୮ଟାରୁ ସକାଳ ୬ପର୍ଯ୍ୟନ୍ତ କଟକଣା ରହିଛି । ସେହିପରି ଫ୍ରାନ୍ସ ରାଷ୍ଟ୍ରପତି  ଇମାନୁଏଲ୍ ମାକ୍ରୋନ୍ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ସେ ନିଜକୁ ପ୍ରଥମେ ସାତ ଦିନ ପାଇଁ ଆଇସୋଲେଟ୍‌ରେ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ସେ ଘରୁ ରହି ସମସ୍ତ କାର୍ଯ୍ୟ ଜାରି ରଖିବେ ।

ସୂଚନାଯୋଗ୍ୟ ଯେ, ଫ୍ରାନ୍ସ ରାଷ୍ଟ୍ରପତିଙ୍କ ପୂର୍ବରୁ ଅନେକ ଦେଶରେ ମୁଖ୍ୟ ମଧ୍ୟ କରୋନାରେ ସଂକ୍ରମିତ ହୋଇସାରିଛନ୍ତି । ଯେପରି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ, ବ୍ରାଜିଲ୍‌ ରାଷ୍ଟ୍ରପତି, ଇଂଲଣ୍ଡର ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ ।

Spread the love