ନୂଆଦିଲ୍ଲୀ,୧୨/୨: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଦୋଷୀଙ୍କ ଡେଥ୍ ୱାରେଣ୍ଟ୍ ଉପରେ ରହିତାଦେଶ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ କେନ୍ଦ୍ର ଓ ଦିଲ୍ଲୀ ପୋଲିସ ସୁପ୍ରିମକୋର୍ଟରେ ଚାଲେଞ୍ଜ୍ କରିଥିଲେ। ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଆର୍ ଭାନୁମତୀଙ୍କ ନେତୃତ୍ୱରେ ଗଠିତ ୩ ଜଣିଆ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରି ୪ ଦୋଷୀଙ୍କ ବିରୋଧରେ ସାନି ଡେଥ୍ ୱାରେଣ୍ଟ୍ ଜାରି କରିବା ଲାଗି ସରକାରଙ୍କୁ ନିମ୍ନ ଅଦାଲତରେ ଆବେଦନ କରିବାକୁ ମଙ୍ଗଳବାର ଅନୁମତି ଦେଇଛନ୍ତି। ସଲିସିଟର ଜେନେରାଲ ତୁଷାର ମେହଟା ଖଣ୍ଡପୀଠ ଆଗରେ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କ ପକ୍ଷ ରଖିଥିଲେ। ଏହି ପରିପ୍ରେକ୍ଷୀରେ ସର୍ବୋଚ୍ଚ ଅଦାଲତ ୪ ଦୋଷୀଙ୍କୁ ସେମାନଙ୍କ ପକ୍ଷ ରଖିବା ପାଇଁ ନୋଟିସ୍ ଜାରି କରଛନ୍ତି। ଉଲ୍ଲେଖଯୋଗ୍ୟ, ଫେବୃଆରୀ ୧ ସକାଳ ୬ଟାରେ ୪ ଦୋଷୀଙ୍କୁ ଫାଶୀଦଣ୍ଡ ଦିଆଯିବାକୁ ଥିଲାବେଳେ ଗତ ଜାନୁଆରୀ ୩୧ରେ ଦିଲ୍ଲୀ କୋର୍ଟ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହାକୁ ଘୁଞ୍ଚାଇ ଦେଇଥିଲେ। ସେହିଦିନ ସୁପ୍ରିମକୋର୍ଟ ଅନ୍ୟତମ ଦୋଷୀ ପବନ ଗୁପ୍ତାର ନାବାଳକ ସମ୍ପର୍କିତ ଆବେଦନକୁ ମଧ୍ୟ ଖାରଜ କରିଥିଲେ।
More Stories
ଖଣ୍ଡପଡ଼ାରେ ଜୋର ଧରିଲା ସୌମ୍ୟ ବିରୋଧୀ ମେଳି
ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍: ୨୪ ଘଣ୍ଟାରେ ୨୫୭ ସଂକ୍ରମିତ ଚିହ୍ନଟ
୨୧ ତାରିଖ ଇଡି ଅଫିସ ଘେରାଉ କରିବ କଂଗ୍ରେସ