March 28, 2024

Satya News

odia news channel

ତାମିଲନାଡ଼ୁରେ ଶାସନ କରିବ ଡିଏମକେ, କେରଳରେ କ୍ଷମତା ବଜାୟ ରଖିଲା ବାମମେଣ୍ଟ

 

ଚେନ୍ନାଇ : ତାମିଲନାଡ଼ୁରେ ଏମକେ ଷ୍ଟାଲିନଙ୍କ ନେତୃତ୍ବାଧୀନ ଡିଏମକେକୁ ସ୍ପଷ୍ଟ ବହୁମତ ମିଳିବା ଏକରକମ ସ୍ପଷ୍ଟ ହୋଇଯ଼ାଇଛି । ଏପର୍ୟ଼୍ୟନ୍ତ ମିଳିଥିବା ସୂଚନା ଅନୁସାରେ ଡିଏମକେ ମେଣ୍ଟ ୧୪୩ଟି ଆସନରେ ଓ ଏଆଇଏଡିଏମକେ ନେତୃତ୍ବାଧୀନ ଏନଡିଏ ୯୦ଟି ଆସନରେ ଆଗୁଆ ରହିଛି କିମ୍ବା ବିଜୟ ହାସଲ କରିଛି ।

ସେହିପରି କେରଳରେ ବାମମେଣ୍ଟ ବା ଏଲଡିଏଫ କ୍ଷମତା ବଜାୟ ରଖିବା ନିଶ୍ଚିତ ହୋଇଛି । କେରଳରେ ଏଲଡିଏଫ ୯୦ଟି ଆସନରେ ଜିତିଛି କିମ୍ବା ଆଗୁଆ ରହିଛି । ସେହିପରି ୟୁଡିଏଫ ୪୦ଟି ଆସନରେ ଜିତିଛି କିମ୍ବା ଆଗୁଆ ରହିଛି । କେରଳରେ ବିଜେପି ଖାତା ଖୋଲିପାରିନାହିଁ ।

ଡିଏମକେ ତାମିଲନାଡ଼ୁରେ ସରକାର ଗଢିବା ଏକରକମ ନିଶ୍ଚିତ ଜଣାପଡ଼ୁଥିବାବେଳେ ଦଳୀୟ ସମର୍ଥକମାନେ ରାସ୍ତାକୁ ଓହ୍ଲାଇ ବିଜୟ ଉତ୍ସବ ପାଳନ କରିବା ଆରମ୍ଭ କରିଦେଇଛନ୍ତି । ତେବେ କୋଭିଟ ନିୟମର ଉଲ୍ଲଙ୍ଘନ କରି ଏପରି ନ କରିବାକୁ ଷ୍ଟାଲିନ ଦଳୀୟ ସମର୍ଥକମାନଙ୍କୁ ପରାମର୍ଶ ଦେଇଛନ୍ତି ।

ତାମିଲନାଡୁରେ ଡିଏମକେର ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଷ୍ଟାଲିନ ଓ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Spread the love