April 25, 2024

Satya News

odia news channel

ଥରୁଛି ଓଡିଶା: କମିବ ଶୀତ ! ଉପକୂଳରୁ ଉତ୍ତର, ପୂର୍ବରୁ ପଶ୍ଚିମ। ସବୁଠି ଜାଡ଼ ଓ ଥଣ୍ଡାର ପ୍ରକୋପ

 

ଭୁବନେଶ୍ୱର: ଉପକୂଳରୁ ଉତ୍ତର, ପୂର୍ବରୁ ପଶ୍ଚିମ। ସବୁଠି ଜାଡ଼ ଓ ଥଣ୍ଡାର ପ୍ରକୋପ । ସାରା ରାଜ୍ୟରେ ଜାରି ରହିଛି ଶୀତର ପ୍ରକୋପ । ସକାଳ ୯ଟା ନବାଜିଲେ ସୂର୍ଯ୍ୟ ଦେବଙ୍କ ଦର୍ଶନ ମିଳୁନି। ଯଦି ବି ମିଳୁଛି ତେବେ କୋହଲା ପାଗ ଲାଗି ରହୁଛି। ସଂଧ୍ୟା ବେଳେ ଶୀତର ପରିମାଣ ଅଧିକ ଅନୁଭୂତ ହେଉଛି। ରାତି ବଢ଼ିବା ସହ ପାରଦ କମୁଛି। ଏଥର ଶୀତ ବିଳମ୍ବରେ ଆସି ମଧ୍ୟ ଗତ କିଛି ଦିନ ଧରି ଜାଡ଼ ପରିସ୍ଥିତି ସୃଷ୍ଟି କରିଛି।

ଶୀତର ପ୍ରଭାବ ଏତେ ଅଧିକା ଯେ, ଗତକାଲି ବି ରାଜ୍ୟର ୧୧ଟି ସହରର ସର୍ବନିମ୍ନ ତାପମାତ୍ର ୧୦ ଡିଗ୍ରୀ ତଳେ ଥିଲା। ବିଶେଷ ଭାବେ ଶୀତରେ ଥରୁଛି କନ୍ଧମାଳ। ଗତକାଲି ରାଜ୍ୟର ସବୁଠୁ ଥଣ୍ଡା ସହର ଭାବେ ଫୁଲବାଣୀରେ ରେକର୍ଡ ହୋଇଛି ୪ ଦଶମିକ ୫ ଡିଗ୍ରୀ ସେଲସିୟସ୍। ସେହିଭଳି ଦାରିଙ୍ଗବାଡ଼ିରେ ୮ ଡିଗ୍ରୀ ରେକର୍ଡ ହୋଇଛି। ଏହାବ୍ୟତିତ ଅନୁଗୁଳରେ ୬, ଭବାନୀପାଟଣାରେ ୮ ଦଶମିକ ୨ ଏବଂ ଝାରସୁଗୁଡ଼ାରେ ୮ ଦଶମିକ ୮ ଡିଗ୍ରୀ ରେକର୍ଡ ହୋଇଛି। ଅଗାମୀ ଦୁଇରୁ ୩ ଦିନ ଯାଏ ଏପରି ପାଗ ଲାଗି ରହିବା ସହ ରାତିର ପାରଦ ଦୁଇରୁ ୩ ଡିଗ୍ରୀ କମ୍ ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ।

ତେବେ ଗତ କିଛିଦିନ ହେବ ସାରା ରାଜ୍ୟରେ ଲାଗିରହିଛି ଶୀତ। ଘରୁ ବାହାରିବାକୁ ଇଚ୍ଛା କରୁନାହାନ୍ତି ଲୋକେ। ପୂର୍ବରୁ ରାଜ୍ୟରେ ଶୀତ ବଢିବା ନେଇ ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ।
>ସେପଟେ ଶୀତର ସ୍ପର୍ଶରେ ପୁଲକିତ ଓ ଅପରୂପ ସୌନ୍ଦର୍ଯ୍ୟରେ ଭରା କୋରାପୁଟ । ପ୍ରକୃତି ଏଠାରେ ନିଆରା ।କୋରାପୁଟ ରେ ଶୀତ  ଆସିଲେ ହୁଏ ସୁଲୁସୁଲିଆ ପବନ ସାଙ୍ଗକୁ କୁହୁଡିର ଆସ୍ତରଣ। ଶୀତର ସ୍ପର୍ଶରେ ପୁଲକିତ ଓ ଅପରୂପ ସୌନ୍ଦର୍ଯ୍ୟରେ ଭରା କୋରାପୁଟ । ପ୍ରକୃତି ଏଠାରେ ନିଆରା । ଶୀତ କୋରାପୁଟରେ ପ୍ରବେଶ କଲେ ସୁଲୁସୁଲିଆ ପବନ ସାଙ୍ଗକୁ ଦେଖିବାକୁ ମିଳେ କୁହୁଡିର ଆସ୍ତରଣ।

ଅଳସୀକ୍ଷେତ ଯେତେବେଳେ  ଭରା ଯୌବନ ର ଗୀତ ଗାଏ, ସୁଆଁ, ମାଣ୍ଡିଆ,କାଙ୍ଗୁ,କାନ୍ଦୁଲ ଯେବେ ଫୁଲ ଉଡ଼ା ଦିଏ, ଠିକ୍ ସେତିକି ବେଳେ ତ କୋରାପୁଟ ରେ ଜମିଯାଏ ଶୀତ ର ମିନାବଜାର। ବଦଳି ଯାଏ କୋରାପୁଟ ର ରୂପ ଲାବଣ୍ୟ,  ସତେ ଅବା ମାୟା ନଗରୀ । ତାଆରି ଭିତରେ ଦିଶୁଛି କୁହୁଡ଼ିର ମାୟା ଦର୍ପଣ।  ଫୁଲେଇ ଝରଣା, ଅଳସୀନଈ, ବେଫିକର ମଥା ଟେକିଥିବା ଦେଓମାଳି, ଝୁମି ଯାଉଥିବା ଜଙ୍ଗଲ,ଏ ସବୁଠିକି ଶୀତ ତାର ଯାଦୁ ସ୍ପର୍ଶ ଦେଇଯାଏ।

କୋରାପୁଟ ବି ଶୀତ କୁ ବେଶ ଅନୁଭବ କରିନିଏ, ଆବୋରି ନିଏ, ଆପଣେଇ ନିଏ… ଡୁଙ୍ଗଡୁଙ୍ଗା ବାଜିଉଠେ, ସାଇଲୋଡି ଗୀତ ଜମେ, ଗାଁ ଦାଣ୍ଡରେ ଅଂଟା ହଲେଇ ଢେମ୍ସା ନାଚ କରିବାକୁ ବାଧ୍ୟ କରିଦିଏ ଶୀତ । ପାହାଡ଼ ତଳର ଧୂଆଁ ଉଠା ଗାଁ ରେ ଶୀତ ବି ଅଟକି ଯାଏ ନିଆଁ ପୋଇଁବାକୁ।

ଶୀତର ଲହରୀରେ ଜୀବନ ର କାଗଜ ଡଙ୍ଗା ଅଳ୍ପ ଥରି ଯାଏ ସତ କିନ୍ତୁ ଜୀବନ କୁ ଆଉଟିକେ ଜିଇଁ ଯିବାର ଇଚ୍ଛାରେ କୋରାପୁଟିଆ ଶୀତ ଦେଇଥାଏ ଅସରନ୍ତି ପ୍ରେରଣା ଆଉ ନବ ଉନ୍ମାଦନା । ଏଇଟା ହିଁ କୋରାପୁଟ ଶୀତ ର ନିଆରାପଣ ।

Spread the love