
ଚଣ୍ଡୀଗଡ଼: ବ୍ରିଟେନରେ କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍ ଚିହ୍ନଟ ହେବା ପରେ କେନ୍ଦ୍ର ସରକାର ବ୍ରିଟେନରୁ ଆସୁଥିବା ସମସ୍ତ ଆନ୍ତର୍ଜାତିକ ବିମାନ ଉଡ଼ାଣ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରିଦେଇଛନ୍ତି। ତେବେ ଏହା ପୂର୍ବରୁ ବ୍ରିଟେନରୁ ଭାରତକୁ ଆସିଥିବା ଯାତ୍ରୀଙ୍କୁ ଠାବ କରିବା ଲାଗି ବିଭିନ୍ନ ରାଜ୍ୟ ସରକାର ଉଦ୍ୟମ ଚଳାଇଛନ୍ତି। ଏହି ପରିପ୍ରେକ୍ଷୀରେ ପଞ୍ଜାବର ଅମୃତସରକୁ ଆସିଥିବା ଯାତ୍ରୀଙ୍କ ମଧ୍ୟରୁ ୮୪୧ ଯାତ୍ରୀ ଗାଏବ ଥିବା ସୂଚନା ମିଳିଛି। ଏହି ଯାତ୍ରୀମାନଙ୍କ ସମ୍ପର୍କରେ କୌଣସି ସୂଚନା ମିଳି ନାହିଁ।
ଇଂଲଣ୍ଡରୁ ପଞ୍ଜାବ ପହଞ୍ଚୁଥିବା ଯାତ୍ରୀଙ୍କ ଉପରେ ନଜର ରଖିବା ସହିତ ସେମାନଙ୍କୁ ଟ୍ରେସ୍ କରିବା କାର୍ଯ୍ୟ ସିଭିଲ ସର୍ଜନ କରିବେ ବୋଲି ଗୁରୁବାର ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ବଲବୀର ସିଂହ ନିର୍ଦେଶ ଦେଇଛନ୍ତି। ଏହା ସହିତ ସେ କହିଛନ୍ତି ଯେ, ପଞ୍ଜାବରେ ପହଞ୍ଚିଥିବା ୮ ଯାତ୍ରୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ନମୁନାକୁ ପରୀକ୍ଷା ପାଇଁ ପୁଣେସ୍ଥିତ ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍ ଅଫ ଭାଇରୋଲୋଜିକୁ ପଠାଯିବ। ଏହା ସହିତ ଅନ୍ତର୍ଜାତୀୟ ଯାତ୍ରୀମାନଙ୍କ ତାଲିକା ସମସ୍ତ ଜିଲାକୁ ପଠାଇ ଦିଆଯାଇଛି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍