April 16, 2024

Satya News

odia news channel

ଟୁଇନ୍ ସିଟିରେ ୨୦୪୧ ସୁଦ୍ଧା ଗଡ଼ି ନପାରେ ମେଟ୍ରୋ ଟ୍ରେନ୍

ଭୁବନେଶ୍ୱର: ଭୁବନେଶ୍ୱର-କଟକ ମେଟ୍ରୋ ସ୍ୱପ୍ନକୁ ଝଟକା। ୨୦୪୧ ଭିତରେ ଭୁବନେଶ୍ୱର-କଟକ ମଧ୍ୟରେ ମେଟ୍ରୋ ଟ୍ରେନ୍ ଗଡ଼ିବାର ସମ୍ଭାବନା କ୍ଷୀଣ । ବିଧାନସଭା ପ୍ରଶ୍ନୋତ୍ତର କାଳରେ ଆଜି ଏହି ମର୍ମରେ ଗୃହକୁ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା  । ଏସଂପର୍କିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଭୁବନେଶ୍ୱର ଓ କଟକରେ ମେଟ୍ରୋ ଟ୍ରେନ୍ ଚାଲିବା ପାଇଁ ରାଜ୍ୟ ସରକାରଙ୍କ କୌଣସି ପ୍ରସ୍ତାବ ନାହିଁ ।

Spread the love