ଭୁବନେଶ୍ୱର,୨୮/୧୨: ରାଜ୍ୟର ୬ ଜିଲ୍ଲାରେ ୩ ଦିନ ଯାଏ ଲାଗିରହିବ ଶୀତଲହରି। ଏଥିପାଇଁ ସତର୍କ ରହିବାକୁ ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଡିସେମ୍ବର ୨୯ ଯାଏ ପରିସ୍ଥିତି ଉପରେ କଡ଼ା ନଜର ରଖିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି। ବାସହୀନ ଲୋକଙ୍କୁ ସ୍କୁଲ ବା ସରକାରୀ କୋଠାରେ ଆଶ୍ରୟ ଦେବା ସହ ସହରାଞ୍ଚଳରେ ରାତ୍ରି ଆଶ୍ରୟସ୍ଥଳୀର ସୁପରିଚାଳନା କରିବାକୁ ନିର୍ଦ୍ଦେଶ ରହିଛି। ଘନ କୁହୁଡ଼ି ଅଞ୍ଚଳରେ ଯାନ ଚଳାଚଳ ନିୟନ୍ତ୍ରଣ ପାଇଁ ମଧ୍ୟ ଏସଆରସି ଗୁରୁତ୍ୱାରୋପ କରିଛନ୍ତି। ତେବେ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ଅନୁଗୁଳ, ମୟୂରଭଞ୍ଜ ଓ ବାଲେଶ୍ୱରରେ ଶୀତଲହରି ଲାଗିରହିବ ବୋଲି ଜଣାପଡ଼ିଛି।
More Stories
ଜରିପଡ଼ା ସେବା ସମବାୟ ସମିତିରେ ସମବାୟ ସପ୍ତାହ ପଳନ
ଲେଖିକାଙ୍କ ଘର ଭାଙ୍ଗିଦେଲେ ମୌସୁମୀ !!
ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ