July 27, 2024

Satya News

odia news channel

ଅନ୍‍ଲାଇନ ଶିଶୁ ଯୌନ ନିର୍ଯାତନା ଅଭିଯୋଗରେ ଦେଶର ୭୬ଟି ସ୍ଥାନରେ ଚଢ଼ାଉ, ଢେଙ୍କାନାଳରେ ସିବିଆଇ ଅଧିକାରୀଙ୍କୁ ମାଡ଼

 

କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଆଜି ଦେଶର ୧୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୭୬ଟି ସ୍ଥାନରେ ଚଢ଼ାଉ କରିଛି। ଅନ୍‍ଲାଇନରେ ଶିଶୁ ଯୌନ ନିର୍ଯାତନା ଅଭିଯୋଗରେ ସିବିଆଇ ଗତ ୧୪ ତାରିଖରେ ୮୩ ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ପୃଥକ ମାମଲା ରୁଜୁ କରିଥିଲା। ସେହି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ଉତ୍ତରପ୍ରଦେଶ, ପଞ୍ଜାବ, ବିହାର, ଓଡ଼ିଶା, ତାମିଲନାଡୁ, ରାଜସ୍ଥାନ, ମହାରାଷ୍ଟ୍ର, ଗୁଜରାତ, ହରିଆନା, ଛତିଶଗଡ଼, ମଧ୍ୟପ୍ରଦେଶ ଓ ହିମାଚଳ ପ୍ରଦେଶ ରହିଛି। ୨ ବର୍ଷ ପୂର୍ବେ ସିବିଆଇ ଏକ ଅନ୍‍ଲାଇନ୍‍ ଶିଶୁ ଯୌନ ନିର୍ଯାତନା ନିବାରଣ ଓ ତଦନ୍ତ ଶାଖା ସ୍ଥାପନ କରିଥିଲା।

ପରେ ଢେଙ୍କାନାଳ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ସିବିଆଇର ୮ ଅଧିକାରୀଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତ ସୁରେନ୍ଦ୍ରକୁ ମଧ୍ୟ ଥାନାକୁ ଆଣିଛି। ସେହିପରି ଯାଜପୁର ମାସୁଦପୁରର ଅନିଲ ମାଝି ଓ ଭଦ୍ରକ ଆଗରପଡାର ମନୋରଞ୍ଜନ ଦାସଙ୍କ ଘର ଉପରେ ମଧ୍ୟ ଚଢ଼ାଉ କରାଯାଇଛି।

Spread the love