July 27, 2024

Satya News

odia news channel

ଆଜି ୧୨ ଜିଲାରେ ଟିକାକରଣ

 

ଭୁବନେଶ୍ବର: ରାଜ୍ୟରେ ଜାନୁଆରୀ ୧୬ରୁ ଆରମ୍ଭ ହୋଇଥିବା ଟିକାକରଣ ଅଭିଯାନରେ ଶନିବାର ୨୩୯୪ଟି କେନ୍ଦ୍ରରେ ୨ଲକ୍ଷ ୩୩ହଜାର ୫୩୫ ହିତାଧିକାରୀ ଟିକା ନେଇଛନ୍ତି। ଏହାକୁ ନେଇ ରାଜ୍ୟର ଟିକାକରଣ ସଂଖ୍ୟା ୪କୋଟି ୫୯ଲକ୍ଷ ୮୦ହଜାର ୯୬୫ରେ ପହଞ୍ଚିଛି। ଆଜି ରବିବାର ସତ୍ତ୍ବେ ୧୨ ଜିଲାରେ ଟିକାକରଣ ହେବ। ସେଥିମଧ୍ୟରେ ବାଲେଶ୍ବର, ବରଗଡ଼, ଗଜପତି, କେନ୍ଦ୍ରାପଡା, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ,ପୁରୀ, ରାୟଗଡା, ସୁନ୍ଦରଗଡ଼ ଓ ଭୁବନେଶ୍ବରରେ ସମୁଦାୟ ୫୨୨ଟି କେନ୍ଦ୍ରରେ ଟିକାଦାନ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

Spread the love