
ମାଲକାନଗିରି: ମାଲକାନଗିରିରେ ମାଓ ଏନକାଉଣ୍ଟର। ମାଲକାନଗିରି ସ୍ୱାଭିମାନ ଅଞ୍ଚଳ ଆଲମପକାରେ ପୋଲିସ- ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୨ ମାଓବାଦୀ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି। ମାଓ କ୍ୟାମ୍ପ ଚାଲିଥିବା ଖବର ପାଇ ସର୍ଚ୍ଚ ଅପରେସନ ଜାରି ରହିଛି ସ୍ପେଶାଲ ଅପରେଶନ ଗ୍ରୁପ୍(SOG) ଓ ଡିଷ୍ଟ୍ରିକ୍ଟ ଭଲ୍ୟୁଣ୍ଟାରି ଫୋର୍ସ (DVF) ମିଳିତ ଟିମ୍ ଏହି ସର୍ଚ୍ଚ ଅପରେସନ ଚଳାଇଛନ୍ତି।
ମିଳିଥିବା ରିପୋର୍ଟ ଅନୁସାରେ, ଏସ୍ଓଜି ଓ ଡିଭିଏଫ ଜବାନ ମିଳିତ ଅପରେସନ କରୁଥିବାବେଳେ ମାଓବାଦୀମାନେ ଗୁଳି ଚଳାଇଥିଲେ। ଏହା ପରେ ଯବାନଙ୍କ ପକ୍ଷରୁ ପାଲଟା ଜବାବ ଦିଆଯାଇଥିଲା।
ସୂଚନାଥାଉ କି, ପୂର୍ବରୁ ଅକ୍ଟୋବର ୨୮ ତାରିଖ ସ୍ୱାଭିମାନ ଅଞ୍ଚଳର ଭିମରାମ ରିଜର୍ଭ ଫରେଷ୍ଟରେ ମାଓବାଦୀ-ସୁରକ୍ଷାକର୍ମୀ ମଧ୍ୟରେ ଗୁଳି ବିନିମୟ ଘଟିଥିଲା। ଏହି ସମୟରେ ବିପୁଳମାତ୍ରାରେ ଗୁଳିଗୁଳା ଓ ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍