July 26, 2024

Satya News

odia news channel

ଜି. ଉଦୟଗିରି ଥାନା ଏସଆଇ ସ୍ୱାଗତିକାଙ୍କ ମୃତ୍ୟୁ ଘଟଣା; କ୍ଷତିପୂରଣ ଦାବିରେ ନୂଆ ଜଗନ୍ନାଥ ସଡ଼କ ଅବରୋଧ

 

ଖୋର୍ଦ୍ଧା: ଜି. ଉଦୟଗିରି ଥାନା ମହିଳା ଏସଆଇ ସ୍ୱାଗତିକା ବେହେରାଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ ଉଗ୍ରରୂପ ଧାରଣ କରୁଛି । ଆଜି ମୃତ ମହିଳା ଏସଆଇଙ୍କ ଘର ଖୋର୍ଦ୍ଧା ଜିଲ୍ଲା ନିରାକାରପୁରରେ ଉତ୍ତେଜନା ଦେଖାଦେଇଛି । ସ୍ବାଗତିକାଙ୍କ ମୃତଦେହ ନିରାକାରପୁରରେ ପହଞ୍ଚିବା ପରେ ତାଙ୍କ ମୃତଦେହକୁ ନିରାକାରପୁର କଲେଜ ଛକରେ ରଖି ଗ୍ରାମବାସୀମାନେ ଧାରଣାରେ ବସିଛନ୍ତି । କ୍ଷତିପୂରଣ ଦାବିରେ ଖୋର୍ଦ୍ଧା-ପୁରୀ ନୂଆ ଜଗନ୍ନାଥ ସଡ଼କ ଅବରୋଧ କରାଯାଇଛି ।

 

Spread the love