July 27, 2024

Satya News

odia news channel

ଦିଲ୍ଲୀ ପ୍ରଗତି ମଇଦାନରେ ଓଡ଼ିଶୀ ନୃତ୍ୟ ପରିବେଷଣ କରି ମନମୋହିଲେ ଓଡ଼ିଆ କଳାକାର

 

ସୁଆଣ୍ଡୋ : ନୂଆଦିଲ୍ଲୀ ପ୍ରଗତି ମଇଦାନରେ କ୍ରାପ୍ଟ ମ୍ୟୁଜିୟମ୍ ଆନ୍ତର୍ଜାତିକ ମଞ୍ଚରେ ଓଡ଼ିଶାରୁ ଯାଇଥିବା କଳାକାରମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରି ବେସ୍ ସୁନାମ ଅର୍ଜନ କରିଛନ୍ତି । ଆୟୋଜକମାନଙ୍କ ତରଫରୁ ଏହି କାର୍ଯ୍ୟକ୍ରମ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଲୋକକଳା ଗ୍ରାମ ବାଇଁଶୀବାଡିର କୈଳାସ ଗୋଟିପୁଅ ଓଡ଼ିଶୀ ନୃତ୍ୟ ପରିଷଦ ପକ୍ଷରୁ ଗୁରୁ କୈଳାସ ଚନ୍ଦ୍ର ବିଶ୍ୱାଳଙ୍କ ନେତୃତ୍ବରେ ଏହି ଆନ୍ତର୍ଜାତିକ ମଞ୍ଚରେ ନୃତ୍ୟ ପରିବେଷଣ କରାଯାଉଛି। ଦେଶବିଦେଶର ବହୁ ଦର୍ଶକ ଏହି ନୃତ୍ୟକୁ ମନଭରି ଉପଭୋଗ କରୁଛନ୍ତି । ପଞ୍ଜାବ, ହରିଆଣା, ହିମାଚଳ ପ୍ରଦେଶର କେତେକ ଦର୍ଶକ କଳାକାରମାନଙ୍କୁ ପୁରସ୍କୃତ କରିଛନ୍ତି । ଗୁରୁ ପ୍ରିୟବ୍ରତ ପଲେଇ, ସୁମିତ୍ରା ପଲେଇ, ସୁଚିତ୍ରା ସେନାପତି, ରାକେଶ କୁମାର ନାୟକ, ରାଜା ନାୟକ, କାହ୍ନାଭୋଇ ଓ ଇପସିତା ବିଶ୍ୱାଳ ପ୍ରମୁଖ ଓଡ଼ିଶୀ ନୃତ୍ୟ ପରିବେଷଣ କରି ରାଜ୍ୟର ଗୌରବ ବୃଦ୍ଧି କରିଛନ୍ତି ବୋଲି ପ୍ରବାସୀ ଓଡ଼ିଆମାନେ ପ୍ରଶଂସା କରିଛନ୍ତି । ଏ ସଂପର୍କରେ ସତ୍ୟବାଦୀ ଲୋକକଳା ସଂଘ ଉପସଭାପତି ରମେଶ ଚନ୍ଦ୍ର ପଲେଇ ଜଣାଇଛନ୍ତି ।

Spread the love