July 27, 2024

Satya News

odia news channel

ଦୁଇ ବର୍ଷରେ ପେଟ୍ରୋଲ ଲିଟର ୩୪ ଟଙ୍କା ଓ ଡିଜେଲ ଟ୨୯.୫୦ ବଢିଲାଣି

 

ନୂଆଦିଲ୍ଲୀ: ଦେଶରେ ଗତ କିଛିଦିନ ଧରି ଲଗାତର ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଥିବାବେଳେ ଗତ ଦୁଇବର୍ଷ ମଧ୍ୟରେ ପେଟ୍ରୋଲ ଲିଟର ପିଛା ପ୍ରାୟ ୩୪ ଟଙ୍କା ଏବଂ ଡିଜେଲ ଲିଟର ଟ୨୯.୫୦ ବୃଦ୍ଧିପାଇଥିବା ଜଣାଯାଇଛି । ବର୍ଷକ ମଧ୍ୟରେ ପେଟ୍ରୋଲ ଦର ୩୨% ଓ ଗତ ଦୁଇବର୍ଷରେ ୪୬% ବୃଦ୍ଧି ଘଟିଛି । ଭୁବନେଶ୍ୱରରେ ଅକ୍ଟୋବର ୨୩ ତାରିଖରେ ପେଟ୍ରୋଲ ଲିଟର ଟ୧୦୭.୮୪ ଓ ଡିଜେଲ ଲିଟର ଟ୧୦୪.୩୦ରେ ପହଞ୍ଚିଛି । ସେହିଭଳି ଦିଳ୍ଲୀରେ ପେଟ୍ରୋଲ ଲିଟର ଟ୧୦୭.୨୪ ଏବଂ ଡିଜେଲ ଟ୯୫.୯୭ ରହିଛି । ମୁମ୍ବଇରେ ପେଟ୍ରୋଲ ଲିଟର ପିଛା ଟ୧୧୩.୧୨ ଓ ଡିଜେଲ ଟ୧୦୪, କୋଲକାତାରେ ପେଟୋଲ ଟ୧୦୭.୭୮ ଓ ଡିଜେଲ ଟ୯୯.୦୮, ଚେନ୍ନଇରେ ଏହା ଯଥାକ୍ରମେ ଟ୧୦୪.୨୨ ଓ ଟ୧୦୦.୨୫ରେ ପହଞ୍ଚିଛି । ଗତ ମାସରେ ରାଷ୍ଟ୍ରାୟତ୍ତ ତୈଳ ବିପଣନକାରୀ କମ୍ପାନୀଗୁଡିକ ପ୍ରାୟ ପ୍ରତିଦିନ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରିଛନ୍ତି । ମାସକ ମଧ୍ୟରେ ପେଟ୍ରୋଲ ୫ ଟଙ୍କା ଏବଂ ଡିଜେଲ ଲିଟର ୬ ଟଙ୍କା ବଢିଛି । ସେହି ସମୟରେ ଆନ୍ତର୍ଜାତିକ ବଜାରେ ଅଶୋଧିତ ପେଟ୍ରୋଲିୟମ ଦର ବ୍ୟାରେଲ ପିଛା ମାସକ ମଧ୍ୟରେ ୮ ଡଲାର ବୃଦ୍ଧିପାଇଥିବା ଜଣାଯାଇଛି । ଦେଶରେ ରାଜସ୍ଥାନର ଗଙ୍ଗନଗରରେ ପେଟ୍ରୋଲ ଓ ଡିଜେଲ ଦର ଯଥାକ୍ରମେ ଟ୧୧୯.୪୨ ଓ ଟ୧୧୦.୨୬ରେ ପହଞ୍ଚିବା ସହିତ ସର୍ବାଧିକ ରହିଛି ।

Spread the love