July 27, 2024

Satya News

odia news channel

ଦେଶର ଏକମାତ୍ର ତୀର୍ଥ ସ୍ଥଳ ଯେଉଁଠାରେ କେବଳ ମାତାଙ୍କୁ ଦିଆଯାଏ ଶ୍ରାଦ୍ଧ

ଭୁବନେଶ୍ୱର  : ହିନ୍ଦୁ ଧର୍ମରେ ମାନବ ଜୀବନ ପାଇଁ ମୋଟ ୧୬ ସଂସ୍କାର ତିଆରି ହୋଇଛି | ଏହି ୧୬ ସଂସ୍କାର ସାହାରାରେ ମଣିଷ ନିଜର ଜୀବନ ଅତିବାହିତ କରିଥାଏ | ଏହି ୧୬ ସଂସ୍କାର ଗର୍ଭଧାରଣରୁ ଆରମ୍ଭ ହୋଇଥାଏ ଏବଂ ମନୁଷ୍ୟର ମୃତ୍ୟୁ ପରେ ଅନ୍ତିମ ସଂସ୍କାରରେ ଶେଷ ହୋଇଥାଏ | ମୃତ୍ୟୁ ପରେ ମଧ୍ୟ ପୂର୍ବଜଙ୍କ ଆଶୀର୍ବାଦ ପ୍ରାପ୍ତି ପାଇଁ ଓ ପୂର୍ବଜଙ୍କ ପ୍ରତି ଆଦର ଭାବ ବଜାୟ ରଖିବାକୁ ହିନ୍ଦୁ ଧର୍ମ ଶାସ୍ତ୍ରରେ ପିତୃ କର୍ମ ବ୍ୟବସ୍ଥା ରହିଛି | ପିତୃ କର୍ମରେ ଶ୍ରାଦ୍ଧ, ତର୍ପଣ ଆଦି କର୍ମ କରାଯାଇଥାଏ |

ପୂର୍ବଜଙ୍କ ପ୍ରତି କରାଯାଉଥିବା ଏହି ପିତୃ କର୍ମ କରିବାକୁ ଦେଶର ବିଭିନ୍ନ ସ୍ଥାନରେ ପିତୃ ତୀର୍ଥ ତିଆରି କରାଯାଇଛି | ଏହି ପିତୃ ତୀର୍ଥରେ ପୂର୍ବଜଙ୍କ ଆତ୍ମା ଶାନ୍ତି ପାଇଁ ସମ୍ପୂର୍ଣ ବିଧି ବିଧାନ ସହ ଶ୍ରାଦ୍ଧ କରିବାର ବିଧାନ ରହିଛି | ଏହି ପିତୃ ତୀର୍ଥରେ ଏମିତି ଏକ ତୀର୍ଥ ଅଛି ଯେଉଁଠାରେ କେବଳ ମାତାଙ୍କ ଶ୍ରାଦ୍ଧ ହୋଇଥାଏ | ଗୁଜରାଟ ସିଦ୍ଧପୁର ନାମକ ସ୍ଥାନରେ ବିନ୍ଦୁ ସରୋବର ତଟରେ କେବଳ ମାତାଙ୍କ ଶ୍ରାଦ୍ଧ ପାଇଁ ଶ୍ରାଦ୍ଧ ତୀର୍ଥ ତିଆରି କରାଯାଇଛି |

ଋକବେଦ ଋଚାରେ ମଧ୍ୟ ଗୁଜରାଟ ସିଦ୍ଧପୁରର ବର୍ଣ୍ଣନା ରହିଛି | ଏହି ବିନ୍ଦୁ ସରୋବର ଅହମଦାବାଦ ଠାରୁ ୧୩୦ କିଲୋମିଟର ଦୂର ଉତ୍ତର ଦିଗରେ ରହିଛି | ଏହି ସରୋବରର ବର୍ଣ୍ଣନା ରାମାୟଣ ଓ ମହାଭାରତରେ ମଧ୍ୟ ରହିଛି |

କଥାରେ ଅଛି, ସାଂଖ୍ୟ ଦର୍ଶନର ପ୍ରଣେତା ଏବଂ ଭଗବାନ ବିଷ୍ଣୁଙ୍କ ଅବତାର ଭାବେ ଜଣାଶୁଣା କପିଳ ମୁନିଙ୍କ ଆଶ୍ରମ ସରସ୍ବତୀ ନଦୀ ତଟରେ ବିନ୍ଦୁ ସରୋବରରେ ଥିଲା | ଏହି ବିନ୍ଦୁ ସରୋବର ତଟରେ କପିଳ ମୁନି ନିଜ ମାତାଙ୍କ ମୋକ୍ଷ ପ୍ରାପ୍ତି ପାଇଁ କାର୍ତିକ ମାସରେ ଅନୁଷ୍ଠାନ କରିଥିଲେ |

Spread the love