July 27, 2024

Satya News

odia news channel

ଶୀତରେ ତ୍ୱଚାର ଯତ୍ନ 

  • ଶୀତରେ ତ୍ୱଚାର ଯତ୍ନ
    ରାତି ବଡ଼ ପୁଣି ଦିନ ଛୋଟ, ଲୋକଙ୍କ ଦେହରେ ପଶମବସ୍ତ୍ର । ଏ ସବୁରୁ ଶୀତର ଆଗମନ ବେଶ୍ ବାରିହୁଏ । ସାଧାରଣତଃ ଡିସେମ୍ବର ଓ ଜାନୁୟାରୀ ମାସରେ ଶୀତର ପ୍ରକୋପ ବଢ଼ିଯାଏ । ତେଣୁ ତ୍ୱଚା ଯନôର ଆବଶ୍ୟକତା ବେଶି ପଡ଼ିଥାଏ । ଥଣ୍ଡା ପବନ ତ୍ୱଚାର ଆର୍ଦ୍ରତା କମାଇ ଶୁଷ୍କ କରିଦିଏ । ଏଥିପାଇଁ ଆପଣାନ୍ତୁ ଏହି ଉପାୟ:
    – ସାବୁନର ବ୍ୟବହାର କମ୍ କଲେ ଭଲ ।
    ସମ ପରିମାଣରେ ଚଣାଡ଼ାଲି, ମୁଗଡ଼ାଲି ଓ ମେଥିର ଗୁଣ୍ଡ ନେଇ ସେଥିରେ ଅଳ୍ପ ପାଣି ଦେଇ ପେଷ୍ଟ କରନ୍ତୁ ।
    -ଅଧିକ ଥଣ୍ଡା ବା ଅଧିକ ଗରମ ପାଣିରେ ଗାଧାନ୍ତୁ ନାହିଁ । ହାଲକା ଉଷୁମ ପାଣି ସ୍ନାନ ପାଇଁ ଉପଯୋଗୀ । ଗାଧୋଇ ସାରିଲେ ଅଳ୍ପ ପାଣିରେ କେଇ ବୁନ୍ଦା ନଡ଼ିଆ ତେଲ ବା ବେବି ଅଏଲ୍ ମିଶାଇ ଦେହ ସାରା ଲଗାନ୍ତୁ ।
    -ଯଦି ସାବୁନ ବ୍ୟବହାର କରୁଥାନ୍ତି ତେବେ ତୈଳଯୁକ୍ତ ସାବୁନ ବ୍ୟବହାର କରନ୍ତୁ ଏବଂ ଗାଧୋଇବା ପରେ ମଶ୍ଚରାଇଜର୍ ଲଗାଇବାକୁ ଭୁଲନ୍ତୁ ନାହିଁ । –ଶୀତଦିନେ ମୁହଁ ବାରମ୍ବାର ଧୋଇଲେ ତ୍ୱରାର ପ୍ରାକୃତିକ ତୈଳ ବାହାରିଯାଏ ଓ ତ୍ୱଚା ଶୁଷ୍କ ହୋଇଯାଏ । ମହୁ ଓ କ୍ଷୀର ପ୍ରାକୃତିକ ମଶ୍ଚରାଇଜର । ତେଣୁ ଏହାର ପ୍ରୟୋଗ ଶୀତଦିନେ ବେଶ୍ ଲାଭପ୍ରଦ ।
Spread the love