July 26, 2024

Satya News

odia news channel

ସୁସ୍ଥ ହେଲେ ଆଉ ୬୧୭୬ କରୋନା ଅକ୍ରାନ୍ତ : ଆରୋଗ୍ୟଙ୍କ ସଂଖ୍ୟା ୪ ଲକ୍ଷ ୧୭ ହଜାର ୪୦୩କୁ ବୃଦ୍ଧି

 

ଭୁବନେଶ୍ବର : ବୁଧବାର ରାଜ୍ୟରେ ଆଉ ୬୧୭୬ ଜଣ କରୋନା ଅକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୪ ଲକ୍ଷ ୧୭ ହଜାର ୪୦୩କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ​  ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୯୫୪, କଳାହାଣ୍ଡିରୁ ୫୧୯, କଟକରୁ ୪୮୫, ବଲାଙ୍ଗୀରରୁ ୪୫୯, ସୁନ୍ଦରଗଡ଼ରୁ ୪୩୩, ଝାରସୁଗୁଡ଼ାରୁ ୨୬୩, ଅନୁଗୋଳରୁ ୨୪୩, ବରଗଡ଼ରୁ ୨୩୯, ପୁରୀରୁ ୨୨୮, ସମ୍ବଲପୁରରୁ ୨୨୫ ଓ ନବରଙ୍ଗପୁରରୁ ୨୦୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Spread the love