April 11, 2025

ବୌଦ୍ଧରେ ନରସିଂହ ମିଶ୍ରଙ୍କୁ ସ୍ୱାଗତ କଲେ କଂଗ୍ରେସ ନେତା

 

ବୌଦ୍ଧ: ବିଧାନସଭା ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଭାବରେ ଏକ ସରକାରୀ ସମୀକ୍ଷା ବୈଠକରେ ତିନିଜଣିଆ ପ୍ରତନିଧି ଦଳ ସହିତ ପହଞ୍ଚିଥିôବା ପ୍ରଦେଶ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ରଙ୍କୁ ବୌଦ୍ଧଠାରେ ଦଳୀୟ କାର୍ଯ୍ୟକର୍ତ୍ତା ସ୍ୱାଗତ କରିଛନ୍ତି। ଜିଲ୍ଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ୱରେ ଦଳୀୟ କାର୍ଯ୍ୟକର୍ତ୍ତା ବୌଦ୍ଧ ସର୍କିଟହାଉସଠାରେ ପହଞ୍ଚି ଶ୍ରୀମିଶ୍ରଙ୍କୁ ସ୍ୱାଗତ କରିବା ସହିତ ଉପଢୌକନ ଦେଇ ସମ୍ମାନିତ କରିଥିଲେ। ଏହି ଅବସରରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହିତ କିଛି ସମୟ ଆଲୋଚନାରେ ଜିଲାର ବିଭିନ୍ନ ସମସ୍ୟା ସଂପର୍କରେ ବରିଷ୍ଠ ନେତା ଶ୍ରୀମିଶ୍ରଙ୍କୁ ଅବଗତ କରାଯାଇଥିଲା।

ବୌଦ୍ଧର ଦଳିତ ବସ୍ତିରେ ରହୁଥିବା ବେତେରା ସଂପ୍ରଦାୟଙ୍କ କୌଳିକ ବୃତ୍ତି ପାଇଁ ରହିଥିବା ସମସ୍ୟା ସଂପର୍କରେ ଦଳୀୟ କାର୍ଯ୍ୟକର୍ତ୍ତାମାନେ ଶ୍ରୀମିଶ୍ରଙ୍କୁ ଅବଗତ କରାଇବାପରେ ସେ ନିଜେ ଯାଇ ସେମାନଙ୍କ ସହିତ ଆଲୋଚନା କରିବାକୁ ପ୍ରତିଶୃତି ଦେଇଥିଲେ। ପରେ କମିଟି ସଦସ୍ୟ ଓ ବୌଦ୍ଧ ବିଧାୟକ ତଥା ବରିଷ୍ଠ ମନ୍ତ୍ରୀ ଶ୍ରୀଅମାତ ବାପୁଜୀନଗରରେ ପହଞ୍ଚି ବେତେରା ସଂପ୍ରଦାୟର ଲୋକଙ୍କ ସହିତ ଆଲୋଚନା କରିବା ସହିତ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ପ୍ରତିଶୃତି ଦେଇଥିଲେ। ଏହି ଅବସରରେ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀମିଶ୍ରଙ୍କ ସମେତ ଦଳୀୟ କାର୍ଯ୍ୟକର୍ତ୍ତା ମଧ୍ୟ ଉପସ୍ଥିତ ଥିଲେ।

Spread the love