September 13, 2025

୧ ମିନିଟରେ ଭଗବତ ଗୀତାର ୧୩ଟି ଶ୍ଳୋକ ଗାଇ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ କଲେ ଓଡ଼ିଆ ପୁଅ

 

ବ୍ରହ୍ମପୁର: ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି ବ୍ରହ୍ମପୁରର ଏକାଦଶ ଶ୍ରେଣୀର ଛାତ୍ର ବିଠଲ ଭରଦ୍ୱାଜ। ମାତ୍ର ୧ ମିନିଟ ମଧ୍ୟରେ ଭଗବତ ଗୀତାର ୧୫ତମ ଅଧ୍ୟାୟର ୧୩ଟି ଶ୍ଳୋକ ସେ ଗାନ କରି ଏଭଳି ପୁରସ୍କାର ହାତେଇ ପାରିଛନ୍ତି। ଶ୍ଳୋକ ଗାନ ପରେ ତାହାକୁ ସେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ପାଇଁ ପଠାଇଥିଲେ। ଯାହାକୁ ବିଚାରକ ମଣ୍ଡଳି ଇଣ୍ଡିଆ ବୁକ୍ ଅଫ୍‌ ରେକର୍ଡ ପାଇଁ ବାଛିଥିଲେ।

ପିଲା ବେଳୁ ବିଠଲଙ୍କ ବାପା ଛାତ୍ରଛାତ୍ରୀଙ୍କୁ ସଂସ୍କୃତ ପଢ଼ାଉଥିବା ବେଳେ ସେଥିରେ ଉତ୍ସାହିତ ହୋଇଥିଲେ ବିଠଲ। ସେବେ ଠାରୁ ସଂସ୍କୃତ ଶ୍ଳୋକ ଆବୃତ୍ତି କରିବା ଆରମ୍ଭ କରିଦେଇଥିଲେ ସେ। ଏହି ଅଭ୍ୟାସ ହିଁ ଆଜି ତାକୁ ସଫଳତା ଆଣିଦେଇଛି। ତାଙ୍କ ନାଁ ଇଣ୍ଡିଆ ବୁକ୍‌ ଅଫ୍ ରେକର୍ଜରେ ସ୍ଥାନ ପାଇଛି।

ବିଠଲ ପୂର୍ବରୁ ଅନେକ ପ୍ରତିଯୋଗିତାରେ ସଂସ୍କୃତ ଶ୍ଲୋକ ଗାଇ ମଧ୍ୟ ପୁରସ୍କାର ପାଇଛନ୍ତି। ଜିଲ୍ଲା ଓ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ବିଜୟୀ ମଧ୍ୟ ହୋଇଛନ୍ତି। ଏବେ ତାଙ୍କର ସଫଳତା ପାଇଁ ପରିବାରବର୍ଗ ଓ ସ୍କୁଲ କର୍ତ୍ତୃପକ୍ଷ ବହୁତ ଖୁସି ଅଛନ୍ତି।
Spread the love