February 15, 2025

ରୂପା ଛାଉଣୀରେ ଚମକିବ ଶ୍ରୀମନ୍ଦିର ଦ୍ୱାର, ଆଜି ନିଆଯିବ ଡିଜାଇନ୍‌ ନିଷ୍ପତ୍ତି

 

ପୁରୀ: ଉତ୍କଳୀୟ ପରମ୍ପରା, ଉତ୍କଳୀୟ ସଂସ୍କୃତି ଓ ଡିଜାଇନକୁ ନେଇ ଶ୍ରୀମନ୍ଦିରର ୮ଟି ଦ୍ୱାର ନିର୍ମାଣ କରାଯିବ। ବର୍ମା ଶାଗୁଆନ କାଠରେ ତିଆରି ହେବ ଏହି ଦ୍ୱାର।  ଏହାର ଡିଜାଇନ ଶେଷ ହୋଇଯାଇଛି। କିନ୍ତୁ ଏ ପର୍ଯ୍ୟନ୍ତ ରୂପା ଉପରେ କିଭଳି ଡିଜାଇନ କରାଯିବ ତାହା ନିଷ୍ପତ୍ତି ହୋଇପାରିନାହିଁ।

ମୁମ୍ବାଇର କମ୍ପାନୀ ଅନେକ ଡିଜାଇନ ଦେଖାଇଥିଲେ । କିନ୍ତୁ ତାହା ପସନ୍ଦ ହେଲାନାହିଁ ।  ଆଜି  ଡିଜାଇନକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ  ନୀଳାଦ୍ରି ଭକ୍ତ ନିବାସରେ ଅନୁଷ୍ଠିତ ହେବ।  ସେଠାରେ ଡିଜାଇନ ଫାଇନାଲ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ତା ପୂର୍ବରୁ ଓଡିଶାର ଅନେକ ଶିଳ୍ପୀ କିମ୍ବା ଚିତ୍ରକରଙ୍କ ସହ ଆଲୋଚନା କରାଯାଇଥିଲା। ଉତ୍କଳୀୟ ପରମ୍ପରାର ଡିଜାଇନ ଶ୍ରୀମନ୍ଦିର ରୂପା ଚାଦର ଡିଜାଇନ ଉପରେ ଗୁରୁତ୍ୱ ଦିଆଯାଇଛି।

 

Spread the love