April 26, 2026

ଦ୍ୱିତୀୟ ସ୍ତ୍ରୀର ଗଳା କାଟିଦେଲା ସ୍ୱାମୀ

 

କୋରାପୁଟ : କୁକୁଡ଼ା କଟା କଟୁରୀରେ ଦ୍ୱିତୀୟ ସ୍ତ୍ରୀର ଗଳା କାଟିଦେଲା ମଦ୍ୟପ ସ୍ୱାମୀ। କୋରାପୁଟ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଧଉଡ଼ାପଦର ଗାଁରେ ଗତକାଲି ବିଳମ୍ବିତ ରାତିରେ ଏହି ଅଭାବନୀୟ ଘଟଣା ଘଟିଛି। ଏହି ଘଟଣାରେ ପୋଲିସ୍‌ ଅଭିଯୁକ୍ତ ସ୍ୱାମୀ କାର୍ତ୍ତିକ ଟାକ୍ରିଙ୍କୁ ଗିରଫ କରିଛି। କାର୍ତ୍ତିକଙ୍କର ଏକ ଚିକେନ ଦୋକାନ ରହିଛି।

ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ନିଶାସକ୍ତ ଅବସ୍ଥାରେ କାର୍ତ୍ତିକ ଘରକୁ ଫେରିଥିଲେ। ଏହାପରେ ଦ୍ୱିତୀୟ ପତ୍ନୀ ମିଲିଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ କୁକୁଡ଼ା କାଟିବା କଟୁରୀରେ ସେ ପତ୍ନୀଙ୍କ ବେକ କାଟି ଦେଇଥିଲେ।

Spread the love