
ଭୁବନେଶ୍ୱର,୧୮/୨: ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ ମଙ୍ଗଳବାର ବିଧାନସଭାରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି। ପୂର୍ବବର୍ଷ ଭଳି ଏଥର ମଧ୍ୟ ବଜେଟକୁ କୃଷି ବଜେଟ ଓ ସାଧାରଣ ବଜେଟ ଭାବେ ଦୁଇଭାଗରେ ବିଭକ୍ତ କରାଯାଇଛି। ରାଜ୍ୟରେ କୃଷି ଜିଡିପି ଅଭିବୃଦ୍ଧି ୪.୫ ପ୍ରତିଶତ ରହିଥିବାବେଳେ ଏହା ଜାତୀୟ ଅଭିବୃଦ୍ଧି ହାରଠାରୁ ୩.୧ ପ୍ରତିଶତଠାରୁ ଅଧିକ ବୋଲି ଜଣାପଡ଼ିଛି। କୃଷି କ୍ଷେତ୍ର ପାଇଁ ଏଥର ୧୯,୪୦୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ ଅଧିକ ୧.୮୪ ଲକ୍ଷ ହେକ୍ଟର ଜମିକୁ ଜଳସେଚିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ବିନା ସୁଧରେ ଋଣ ପ୍ରଦାନ ପାଇଁ ୭୦୫ କୋଟିର ବ୍ୟୟ ବରାଦ କରାଯାଇଛି। ସେହିପରି ବିହନ ପାଇଁ ୧୦୦ କୋଟି ଓ ସାର ପାଇଁ ୧୦୦ କୋଟିର ଆବର୍ତ୍ତନ ପାଣ୍ଠି ରହିବ ବୋଲି ଜଣାପଡ଼ିଛି। ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପାଇଁ ୭ ଶହ କୋଟିର ବ୍ୟୟବରାଦ କରାଯାଇଛି। ବନ୍ୟା ନିୟନ୍ତ୍ରଣ ପାଇଁ ୧୦୬୦ କୋଟିର ବ୍ୟୟବରାଦ କରାଯାଇଛି। ଏଥିସହ ବ୍ୟାଙ୍କ ଋଣକୁ ପ୍ରେତ୍ସାହିତ କରିବାକୁ ସରକାର ବ୍ୟାଙ୍କମାନଙ୍କ ପାଇଁ ପୁରସ୍କାରର ଘୋଷଣା କରିଛନ୍ତି। ମତ୍ସ୍ୟଚାଷ ଓ ପଶୁପାଳନ ପାଇଁ ୧୨୧୧ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍