
ଭୁବନେଶ୍ୱର,୧୮/୨: ଓଡ଼ିଶା ସରକାର ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ମଙ୍ଗଳବାର ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି। ଅନେକ ଦୃଷ୍ଟିକୋଣରୁ ଏଥରର ବଜେଟ ସ୍ୱତନ୍ତ୍ର ହୋଇଛି। ଏଥରର ବଜେଟକୁ ହାଇଟେକ ବଜେଟ କୁହାଯାଉଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ ଆଇ-ପ୍ୟାଡ୍ ମାଧ୍ୟମରେ ବଜେଟ ଉପସ୍ଥାପନା କରିଛନ୍ତି। ସେହିପରି ବିଧାୟକମାନଙ୍କୁ ଗୋଟିଏ ଲେଖାଏଁ ଆଇ-ପ୍ୟାଡ ଦିଆଯାଇଥିବାବେଳେଳ ଏଥିରୁ ସେମାନେ ବଜେଟର ବିବରଣୀ ଜାଣିଛନ୍ତି। ରାଜ୍ୟ ବଜେଟ ଉପସ୍ଥାପନା ଅବସରରେ ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶରେ ଆଗୁଆ ରହିଥିବା କୁହାଯାଇଛି। ବଜେଟର ଆକାର ୧ ଲକ୍ଷ ୫୦ ହଜାର କୋଟିକୁ ବୃଦ୍ଧି ପାଇଛି। ଓଡ଼ିଶା ରାଜସ୍ୱ ନିଅଣ୍ଟିଆରୁ ରାଜସ୍ୱ ବଳକା ରାଜ୍ୟରେ ପରିଣତ ହୋଇଛି। ସ୍ମାର୍ଟସିଟି ଓ କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ସୁନାମ ଅର୍ଜନ କରିପାରିଛି। ଜଳବାୟୁ ବଜେଟ ପ୍ରସ୍ତୁତ କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ହେବ ବୋଲି କୁହାଯାଇଛି। ସେହିଭଳି ୨୦୨୦-୨୧ ଲିଙ୍ଗ ବଜେଟ ଓ ଶିଶୁ ବଜେଟ ପ୍ରସ୍ତୁତ କରାଯାଉଛି, ଏପରି କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ ହୋଇଛି। ଇ-ବଜେଟ ଆଗତ କରି କାଗଜ ବ୍ୟବହାରକୁ ହ୍ରାସ କରାଯାଇ ପାରିଥିବା ଅର୍ଥମନ୍ତ୍ରୀ ପ୍ରକାଶ କରିଛନ୍ତି। ଓଡ଼ିଶାର ଅଭିବୃଦ୍ଧି ହାର ଜାତୀୟ ହାରଠାରୁ ଅଧିକ ହେବ ବୋଲି ସେ ପ୍ରକାଶ କରିଛନ୍ତି। ଓଡ଼ିଶା ଗ୍ରାମ ଓ କୃଷି ବଜେଟ ଘୋଷଣା କରାଯାଇଥିବାବେଳେ କୃଷି ଜିଡିପି ଦ୍ୱିଗୁଣିତ ହୋଇ ୪.୫ ପ୍ରତିଶତ ହୋଇଥିବା କୁହାଯାଇଛି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍