July 27, 2024

Satya News

odia news channel

ଗଞ୍ଜାମ ବସ ଟ୍ରାଜେଡି ପାଇଁ ଡ୍ରାଇଭର ଦାୟୀ

ଭୁବନେଶ୍ବର,୧୮/୨: ଗଞ୍ଜାମ ଜିଲ୍ଲା ମେନ୍ଦ୍ରାଜପୁରରେ ୧୧ କେଭି  ବିଦ୍ୟୁତ୍ ତାର ସଂସ୍ପର୍ଶରେ ଏକ ବସ ଆସିଯାଇ ୧୧ ଜଣଙ୍କ ଜୀବନ ଚାଲିଯିବା ଘଟଣାରେ ମଙ୍ଗଳବାର ବିଧାନସଭାରେ ବିରୋଧୀ ମୁଲତବୀ ପ୍ରସ୍ତାବ ଆଣିଥିଲେ। ଏହାର ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଏଭଳି ଏକ ଦୁର୍ଘଟଣା ପାଇଁ ବସ୍ ଚାଳକ ସମ୍ପୂର୍ଣ ରୂପେ ଦାୟୀ ବୋଲି ସେ କହିଛନ୍ତି। ତଦନ୍ତ ରିପୋର୍ଟ ଅନୁଯାୟୀ, ବସଟି ନିୟମ ଭାଙ୍ଗି ଭୁଲ ରାସ୍ତାରେ ଯାଇଥିଲା। ତେଣୁ ଦୁର୍ଘଟଣାର ଶିକାର ହୋଇଥିଲା। ଏଥିପାଇଁ ବସର ପରମିଟ ରଦ୍ଦ କରାଯିବା ସହ ଗାଡି ମାଲିକ ଓ ଡ୍ରାଇଭରଙ୍କ ନାଁ’ରେ ଏତଲା ଦିଆଯାଇଛି। ଡ୍ରାଇଭରଙ୍କୁ ଗିରଫ କରାଯିବା ସହ ନିୟମ ଭାଙ୍ଗିଥିବାରୁ ଚାଲାଣ ମଧ୍ୟ କଟାଯାଇଛି। ଡ୍ରାଇଭର ଦାୟିତ୍ୱହୀନ ଭାବେ ଗାଡି ଚଳାଉଥିବାରୁ ତାଙ୍କର ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ରଦ୍ଦ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

Spread the love