
ଭୁବନେଶ୍ୱର,୧୮/୨: ଗତ ୩ ବର୍ଷ ଭିତରେ ରାଜ୍ୟରେ ୨୪୬ଟି ହାତୀଙ୍କ ମୃତ୍ଯୁ ହୋଇଛି। ଏ ନେଇ ମଙ୍ଗଳବାର ବିଧାନସଭାରେ ତଥ୍ୟ ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ଗୃହକାର୍ଯ୍ୟ ଚାଲିଥିବାବେଳେ ରାଜ୍ୟରେ ହାତୀ ସଂଖ୍ୟା କେତେ ରହିଛି, ବିଗତ ୩ ବର୍ଷ ମଧ୍ୟରେ କେତେ ହାତୀଙ୍କର ମୃତ୍ୟୁ ହୋଇଛି ଏବଂ ସେମାନଙ୍କର ସୁରକ୍ଷ ପାଇଁ ସରକାରଙ୍କ ତରଫରୁୁ କି ପ୍ରକାର ପଦକ୍ଷେପ ନିଆଯାଇଛି ବୋଲି ବଲାଙ୍ଗିର ଲୋଇସିଂହା ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ବିଭାଗୀୟ ମନ୍ତ୍ରୀକୁ ପ୍ରଶ୍ନ କରିଥିଲେ। ଏହାର ଉତ୍ତର ଦେଇ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି, ରାଜ୍ୟର ବର୍ତ୍ତମାନ ବିଭିନ୍ନ ବନଖଣ୍ଡରେ ମୋଟ ୧୯୭୬ଟି ହାତୀ ରହିଛନ୍ତି। ୨୦୧୭ହାତୀଗଣନା ଅନୁଯାୟୀ , ସାତକୋଶିଆରେ ୧୪୭, ଶିମିଳିପାଳରେ ୩୩୦, ଆଠଗଡରେ ୧୧୫ ଏବଂ ଢେଙ୍କାନାଳରେ ୧୬୯ଟି ହାତୀ ଅଛନ୍ତି। ସେହିଭଳି ହାତୀମାନଙ୍କର ସୁରକ୍ଷା ପାଇଁ ସରକାରଙ୍କ ଦ୍ୱାରା ଅନେକ ପଦକ୍ଷେପ ନିଆଯାଇଥିବା ସେ ପ୍ରକାଶ କରିଛନ୍ତି। ଏଥିସହ ବିଗତ ତିନିବର୍ଷ ମଧ୍ୟରେ ରାଜ୍ୟରେ ହୋଇଥିବା ହାତୀ ମୃତ୍ୟୁ ପାଇଁ ଜଙ୍ଗଲ ବିଭାଗ ଅଧିକାରୀଙ୍କର କୌଣସି ସମ୍ପୃକ୍ତି ନଥିବା ମନ୍ତ୍ରୀ ଶ୍ରୀ ଆରୁଖ ବିଧାନସଭାରେ ତଥ୍ୟ ରଖିଛନ୍ତି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍