ଭୁବନେଶ୍ୱର,୧୮/୨: ରାଜ୍ୟରେ ଶିଳ୍ପାୟନ ନାଁ’ରେ ବେଧଡକ ଜଙ୍ଗଲ କଟା ଚାଲିଛି। ବହୁ ମୂଲ୍ୟବାନ ଗଛ କଟାଯାଇ ଜଙ୍ଗଲ ସଫା କରାଯାଉଛି। ଶିଳ୍ପର ବିକାଶ ପାଇଁ ୨୦୧୦ରୁ ୨୦୧୯ ମଧ୍ୟରେ ରାଜ୍ୟରେ ୫୯୯ ହେକ୍ଟର ଜଙ୍ଗଲ ସଫା ହୋଇଛି। ଏ ସମ୍ପର୍କରେ ମଙ୍ଗଳବାର ଗୃହରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ପ୍ରଶ୍ନର ଉତ୍ତରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି। କଂଗ୍ରେସ ବିଧାୟକ ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ, ୨୦୧୦ରେ ରାଜ୍ୟରେ କେତେ ଜଙ୍ଗଲ ଜମି ଥିଲା? କେଉଁ କେଉଁ ବର୍ଷରେ ଜିଲ୍ଲାରେ କେତେ ଜଙ୍ଗଲ ଜମି କେଉଁ କେଉଁ ଶିଳ୍ପ ସଂସ୍ଥାକୁ ଦିଆଯାଇଛି? ସରକାର ଜଙ୍ଗଲ ସୃଷ୍ଟି କରିବା ପାଇଁ କ’ଣ କ’ଣ ପଦକ୍ଷେପ ନେଇଛନ୍ତି, ଏହାର ଜିଲ୍ଲାୱାରୀ ତଥ୍ୟ ପ୍ରଦାନ କରାଯାଉ। ଶୂନ୍ୟକାଳରେ ସେ ଏହି ପ୍ରଶ୍ନ ଉଠାଇଥିଲେ। ଏହାର ଉତ୍ତରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି, ଭାରତୀୟ ବନ ସର୍ବେକ୍ଷଣ ସଂସ୍ଥା ଡେରାଡୁନ ଦ୍ୱାରା ଜଙ୍ଗଲିଆ ଅଞ୍ଚଳରେ ସର୍ବେକ୍ଷଣ କରାଯାଇ ପ୍ରତ୍ୟେକ ଦୁଇ ବର୍ଷରେ ଥରେ ଥରେ ତଥ୍ୟ ପ୍ରଦାନ କରାଯାଉଛି। ୨୦୧୧ ସର୍ବେକ୍ଷଣ ଅନୁସାରେ ରାଜ୍ୟରେ ୫୮୧୩୬ ବର୍ଗ କିମି ଜଙ୍ଗଲ ଜମି ଥିଲା। ୨୦୧୦ରୁ ୨୦୧୯ ମଧ୍ୟରେ ରାଜ୍ୟରେ ଶିଳ୍ପ ତଥା ଆନୁସଙ୍ଗିକ ଅନୁଷ୍ଠାନ ପାଇଁ ଦଶଟି ଜିଲ୍ଲାରେ ୫୯୯.୭୪୬ ହେକ୍ଟର ଜଙ୍ଗଲ ଜମି ନଷ୍ଟ ହୋଇଛି। ସମ୍ବଲପୁର, ଅନୁଗୁଳ, ସୁନ୍ଦରଗଡ଼, ଜଗତସିଂହପୁର, କଟକ, ଢେଙ୍କାନାଳ, ଖୋର୍ଦ୍ଧା, ବରଗଡ଼ ଓ କେନ୍ଦୁଝର ଜିଲ୍ଲାରେ ଶିଳ୍ପର ବିକାଶ ପାଇଁ ଏହି ଜଙ୍ଗଲ ଜମି ନଷ୍ଟ ହୋଇଥିବା ନେଇ ସୂଚନା ଦିଆଯାଇଛି।
More Stories
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍
ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ
ଲୁଟେରାଙ୍କୁ ଧରିବାକୁ କମିଶନରେଟ ପୋଲିସର ଆଣ୍ଟି ବର୍ଗଲାରୀ ସ୍କ୍ୱାର୍ଡ