May 16, 2025

କୃଷି ବଜେଟ୍‌ ୨.୮୩ ଲକ୍ଷ କୋଟି

ନୂଆଦିଲ୍ଲୀ,୧/୨: ଶନିବାର ଉପସ୍ଥାପିତ ହୋଇଥିବା ସାଧାରଣ ବଜେଟ୍‌ରେ କୃଷି ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। କୃଷି ପାଇଁ ଏକ ୧୬-ସୂତ୍ରୀ ଯୋଜନା ସମ୍ପର୍କରେ ଘୋଷଣା କରିଛନ୍ତି। କୃଷକଙ୍କ ଆୟ ଓ ବ୍ୟୟ କ୍ଷମତା ବୃଦ୍ଧି ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। କୃଷି, ଜଳସେଚନ ଓ ଏହି ସମ୍ପର୍କିତ କ୍ଷେତ୍ର ପାଇଁ ମୋଟ ୨.୮୩ ଲକ୍ଷ କୋଟିର ବ୍ୟୟବରାଦ କରାଯାଇଛି। ଏହି ଅବସରରେ ସେ କହିଛନ୍ତି, କୃଷି ବଜାରଗୁଡ଼ିକୁ ଅଧିକ ମୁକ୍ତ କରାଯିବାର ଆବଶ୍ୟକତା ରହିଛ। ଏଥିସହ କୃଷିକ୍ଷେତ୍ରକୁ ଅଧିକ ପ୍ରତିଯୋଗିତାମୂଳକ କରାଯିବା ଓ ଏହି କ୍ଷେତ୍ରରେ ଅଧିକ ବୈଷୟିକ ଜ୍ଞାନର ଉପଯୋଗ, ସ୍ଥାୟୀ ଓ ପରିବେଶ ଅନୁକୂଳ ଚାଷ ପଦ୍ଧତିର ଉପଯୋଗୀତାର ଆବଶ୍ୟକତା ରହିଥିବା ସେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଜଳ ସମସ୍ୟା ରହୁଥିବା ଦେଶର ୧୦୦ଟି ଜିଲ୍ଲା ପାଇଁ କେତେକ ସ୍ୱତନ୍ତ୍ର ଘୋଷଣା କରାଯାଇଛି। ପତିତ ଜମିରେ ସୌର ବିଦ୍ୟୁତ ପ୍ରକଳ୍ପ ପାଇଁ କୃଷକମାନଙ୍କୁ ଅନୁମତି ଦିଆଯିବା ସହ କୃଷିଜାତ ସାମଗ୍ରୀର ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାର ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଏଥିସହ କୃଷିଜାତ ଓ ଅନ୍ୟାନ୍ୟ ପଚନଶୀଳ ସାମଗ୍ରୀର ସୁରକ୍ଷିତ ପରିବହନ ପାଇଁ ଭାରତୀୟ ରେଳ ପକ୍ଷରୁ ଏକ କିଷାନ ରେଳ ଚାଲୁ କରାଯିବା ନେଇ ସେ ଘୋଷଣା କରିଛନ୍ତି।

Spread the love