July 27, 2024

Satya News

odia news channel

ଟିକସଦାତାଙ୍କୁ ମିଳିଲା ଆଶ୍ଵସ୍ତି

ନୂଆଦିଲ୍ଲୀ,୧/୨: ଟିକସଦାତଙ୍କ ପାଇଁ ବଜେଟ୍‌ରେ ଆସିଛି ଖୁସି ଖବର। ଟିକସ ସ୍ଲାବ କ୍ଷେତ୍ରରେ ପରିବର୍ତ୍ତନ ଯୋଗୁଁ ଉଚ୍ଚ ବେତନଭୋଗୀ ଖୁବ୍‌ ଆଶ୍ଵସ୍ତ ହେବେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ଟିକସ ସରଳୀକରଣ ପାଇଁ ନୂଆ ବ୍ୟବସ୍ଥା ଲାଗୁ ହେବ ବୋଲି ଘୋଷଣା କରିଥିବାବେଳେ ବାର୍ଷିକ ଆୟ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୌଣସି ପ୍ରକାର ଟିକସ ଲାଗୁ ହେବନି। ଖାଲି ସେତିକି ନୁହେଁ, ବାର୍ଷିକ ସାଢ଼େ ୬ ଲକ୍ଷ ଆୟ କରୁଥିବା ବ୍ୟକ୍ତିମାନେ ବୀମା କିମ୍ବା କୌଣସି ମ୍ୟୁଚୁଆଲ ଫଣ୍ଡ କ୍ଷେତ୍ରରେ ଅତିକମ୍‌ରେ ଦେଢ଼ ଲକ୍ଷ ଟଙ୍କା ନିବେଶ କରିଥିଲେ ସେମାନଙ୍କୁ ମଧ୍ୟ ଟିକସ ଛାଡ଼ କରାଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। ତେବେ ଏଥିପାଇଁ ସରକାର ପ୍ରାୟ ସାଢ଼େ ୧୮ ହଜାର କୋଟିର ଟିକସ ଅର୍ଥ ହରାଇବେ। ଅନ୍ୟପକ୍ଷରେ ନୂଆ ଟିକସ ସ୍ଲାବ କରଦାତାଙ୍କ ପାଇଁ ଇଚ୍ଛାଧୀନ ରହିବ। ପୁରୁଣା ଟିକସ ହାର ଅନୁଯାୟୀ ମଧ୍ୟ କର ପୈଠ କରାଯାଇପାରିବ।

ଆୟ                                          ଟିକସ

ବାର୍ଷିକ ଆୟ ୫ ଲକ୍ଷ                          ଶୂନ

୫ ଲକ୍ଷରୁ ୭.୫ ଲକ୍ଷ                         ୧୦%

୭.୫ ଲକ୍ଷରୁ ୧୦ ଲକ୍ଷ                       ୧୫%

୧୦ ଲକ୍ଷରୁ ୧୨.୫ ଲକ୍ଷ                    ୨୦%

୧୨.୫ ଲକ୍ଷରୁ ୧୫ ଲକ୍ଷ ଯାଏ               ୨୫%

୧୫ ଲକ୍ଷରୁ ଅଧିକ                          ୩୦%

Spread the love