July 27, 2024

Satya News

odia news channel

ବଜେଟ୍‌-୨୦୨୦: ନିର୍ମାଣ ହେବ ୯ ହଜାର କିମିର ଅର୍ଥନୈତିକ କରିଡର୍‌

ନୂଆଦିଲ୍ଲୀ,୧/୨: ସମ୍ପ୍ରତି ରିଅଲ ଇଷ୍ଟେଟ୍‌ କ୍ଷେତ୍ରରେ ଭଲ ସ୍ଥିତି ନାହିଁ। ଦୀର୍ଘ ବର୍ଷ ହେଲା ଏହି କ୍ଷେତ୍ର ମାନ୍ଦା ରହିଥିଲାବେଳେ ଜିଏସଟି ଓ ରିଅଲ ଇଷ୍ଟେଟ୍‌ ରେଗୁଲେଟୋରି ଅଥରିଟି(ରେରା) ଲାଗୁହେବା ପରେ ସୁଫଳ ମିଳିପାରିଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ସେ ବଜେଟ୍‌ରେ ଏହି କ୍ଷେତ୍ରକୁ ଗୁରୁତ୍ଵ ପ୍ରଦାନ କରିଛନ୍ତି। ସାମଗ୍ରିକ ବିକାଶ ତଥା ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ ଘୋଷଣା ହୋଇଛି ଅନେକ ଯୋଜନା। ସେ ମଧ୍ୟରେ ରହିଛି ୯ ହଜାର କିମିର ଅର୍ଥନୈତିକ କରିଡର୍, ୨୫ଶହ କିଲୋମିଟର ଏକ୍ସପ୍ରେସ୍ ହାଇୱେ, ୨୦୦୦ କିଲୋମିଟରର ଉପକୂଳୀୟ ସଡ଼କ ଓ ସ୍ଵତନ୍ତ୍ର ରାଜମାର୍ଗ ଇତ୍ୟାଦି। ଅର୍ଥମନ୍ତ୍ରୀ କହିଛନ୍ତି ଯେ ଆସନ୍ତା ୫ ବର୍ଷ ମଧ୍ୟରେ ଇନଫ୍ରାଷ୍ଟକ୍ଚର କ୍ଷେତ୍ରରେ ୧୦୦ ଲକ୍ଷ କୋଟି ଟଙ୍କା ନିବେଶ ହେବ ବୋଲି ପୂର୍ବରୁ ପ୍ରଧାନମନ୍ତ୍ରୀ କହିସାରିଛନ୍ତି। ଗୃହ ନିର୍ମାଣ, ଶୁଦ୍ଧ ପାନୀୟଜଳ, ରେଳ ଷ୍ଟେସନ, ବିମାନ ବନ୍ଦର, ସ୍ଵାସ୍ଥ୍ୟସେବା ଆଦି କ୍ଷେତ୍ରରେ ଉକ୍ତ ଅର୍ଥ ବିନିଯୋଗ ହେବ। ଏଥିପାଇଁ ସିଙ୍ଗଲ୍ ୱିଣ୍ଡୋ ଲଜିଷ୍ଟିକ୍ ମାର୍କେଟ୍ ପ୍ରସ୍ତୁତ କରାଯିବ ବୋଲି ମଧ୍ୟ ମନ୍ତ୍ରୀ ଉପସ୍ଥାପନ କରିଛନ୍ତି। ଅନ୍ୟପକ୍ଷରେ ୨୦୨୨ ସୁଦ୍ଧା ସମସ୍ତଙ୍କ ଲାଗି ଗୃହ ପ୍ରଦାନ ସୁନିଶ୍ଚିତ କରାଯିବ। ସରକାର ଏହି ଲକ୍ଷ୍ୟ ନେଇ ଉଦ୍ୟମ କରୁଛନ୍ତି। ଗୃହ କ୍ରୟ କ୍ଷେତ୍ରରେ ୨ ଲକ୍ଷ ପର୍ଯ୍ୟନ୍ତ ସୁଧ ଛାଡ଼ ସହ ମୂଳଧନରେ ଦେଢ଼ଲକ୍ଷ ଛାଡ଼ କରାଯାଉଥିବାବଳେ ପ୍ରଥମଥର କ୍ରୟ କ୍ଷେତ୍ରରେ ୫୦ ହଜାର ରିହାତି ମିଳୁଛି। ତବେ ରିଅଲ ଇଷ୍ଟେଟ୍ କ୍ଷେତ୍ରରେ ଗତ ବଜେଟ୍‌ରେ ୨୫ ହଜାର କୋଟିର ସ୍ଵତନ୍ତ୍ର ପାଣ୍ଠି କରଯାଇଥିଲା। କିନ୍ତୁ ସେଭଳି ସୁଫଳ ମିଳିନଥିବା ମନ୍ତ୍ରୀ ସଂସଦରେ ପ୍ରକାଶ କରିଛନ୍ତି।

Spread the love