February 15, 2025

ଆସିଲା ପୂର୍ଣ୍ଣାଙ୍ଗ ବଜେଟ୍‌: କୃଷି ଓ ପ୍ରତିରକ୍ଷାକୁ ଗୁରୁତ୍ଵ

ନୂଆଦିଲ୍ଲୀ,୧/୨: ଆସିସାରିଛି ପୂର୍ଣ୍ଣାଙ୍ଗ ବଜେଟ୍। ମୋଦୀ ସରକାରଙ୍କ ଦ୍ଵିତୀୟ ବଜେଟରେ କୃଷି ଓ ପ୍ରତିରକ୍ଷାକୁ ବିଶେଷ ଗୁରୁତ୍ଵ ଦିଆଯାଇଛି। ସେହିପରି ସବସିଡ୍ ଓ ପେନସନ କ୍ଷେତ୍ରକୁ ମଧ୍ୟ ପ୍ରାଧ୍ୟାନ୍ୟ ଦିଆଯାଇଛି। କିନ୍ତୁ ସମସ୍ତ କ୍ଷେତ୍ରକୁ ସମାନ ଭାବେ ଗୁରୁତ୍ୱ ଦିଆଯାଇଛି ବୋଲି ଦାବି କରାଯାଉଛି। ସୂଚନାଯୋଗ୍ୟ ଯେ ମୋଟ ୩୦,୪୨,୨୩୦ କୋଟିର ବଜେଟ୍ ଉପସ୍ଥାପିତ ହୋଇଛି। ବିବରଣୀ ଅନୁସାରେ କୃଷି କ୍ଷେତ୍ରକୁ ୧,୫୪,୭୭୫ କୋଟି ଏବଂ ପ୍ରତିରକ୍ଷା ପାଇଁ ୩,୨୩,୦୫୩ କୋଟି ବ୍ୟୟ ବରାଦ ହୋଇଛି। ସେହିପରି ସବସିଡ୍‌ କ୍ଷେତ୍ରକୁ ୨,୨୭,୭୯୪ ଓ ପେନସନ ପାଇଁ ୨,୧୦,୬୮୨ ଘୋଷଣା କରାଯାଇଛି। ଅନ୍ୟାନ୍ୟ କ୍ଷେତ୍ର ଯଥା- ବାଣିଜ୍ୟ ଓ ଶିଳ୍ପ ପାଇଁ ୨୭,୨୨୭, ବୈଦେଶିକ ବ୍ୟାପାର-୧୭,୩୪୭, ଅର୍ଥ – ୪୧,୮୨୯, ସ୍ୱାସ୍ଥ୍ୟ – ୬୭,୪୮୪, ଶିକ୍ଷା-୯୯,୩୧୨, ଶକ୍ତି-୪୨,୭୨୫, ଗ୍ରାମୀଣ ବିକାଶ -୧,୪୪,୮୧୭, ବିଜ୍ଞାନ – ୩୦୦୨୩, ପରିବହନ – ୧,୬୯,୬୩୭, ଗୃହ ବ୍ୟାପାର -୧,୧୪,୩୮୭, ସୁଧ – ୭,୦୮,୨୦୩, ଆଇଟି ଓ ଟେଲିକମ – ୫୯,୩୪୯, ଯୋଜନା ଓ ପରିସଂଖ୍ୟାନ – ୬,୦୯୪, ରାଜ୍ୟର ଭାଗ-୨,୦୦,୪୪୭ ସମାଜିକ କଲ୍ୟାଣ – ୫୩,୮୭୬, ଟିକସ ପ୍ରଶାସନ -୧,୫୨,୯୬୨, କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୫୨,୮୬୪ ସମେତ ସହରାଞ୍ଚଳ ବିକାଶ – ୫୦,୦୪୦, ପୂର୍ବୋତ୍ତର ରାଜ୍ୟର ବିକାଶ ଲାଗି ୩,୦୪୯ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ୮୪,୨୫୬ କୋଟିର ବ୍ୟୟବରାଦ କରାଯାଇଛି।

Spread the love