July 27, 2024

Satya News

odia news channel

ବଜେଟକୁ ନେଇ କେଜ୍ରିୱାଲ ଖପ୍ପା

ନୂଆଦିଲ୍ଲୀ,୨/୨: ଆଗକୁ ଆସୁଛି ଦିଲ୍ଲୀ ନିର୍ବାଚନ। ଏହାକୁ ନେଇ ବିଜେପି ଓ ଆପ୍‌ ମଧ୍ୟରେ ରାଜନୀତିକ ଉଷ୍ମତା କେବେଠାରୁ ଲାଗିରହିଛି। ପରସ୍ପର କାଦୁଅ ଫିଙ୍ଗା ଚାଲିଛି। ଏପରିକି ଦିଲ୍ଲୀରେ କ୍ଷମତା ହାତେଇବାକୁ ବିଜେପି ଉଦ୍ୟମ ଚଳାଇଥିବାବେଳେ ଆପ୍‌ ମୁଖିଆ ଅରବିନ୍ଦ କେଜ୍ରିୱାଲଙ୍କୁ କଡ଼ା ସମାଲୋଚନା କରିଛି। ସେ ଜଣେ ଆତଙ୍କବାଦୀ ବୋଲି ବିଜେପିର ଜଣେ ନେତା କହିବା ପରେ କେଜ୍ରିୱାଲ ତାହାକୁ ନିନ୍ଦା କରିବା ସହ ଦିଲ୍ଲୀବାସୀ ବିଚାର କରିବେ ବୋଲି କହିଥିଲେ। ତେବେ ଶନିବାର ବଜେଟକୁ ନେଇ କେଜ୍ରିୱାଲ ଅସନ୍ତୁଷ୍ଟି ପ୍ରକାଶ କରିଛନ୍ତି। ଏଥିସହ ଦିଲ୍ଲୀବାସୀ ବିଜେପିକୁ କାହିଁକି ଭୋଟ ଦେବେ ବୋଲି ସେ ପ୍ରଶ୍ନ କରିଛନ୍ତି। କେଜ୍ରିୱାଲ ଟୁଇଟ୍‌ ଜରିଆରେ କହିଛନ୍ତି ଯେ ବଜେଟ୍‌କୁ ନେଇ ଦିଲ୍ଲୀବାସୀ ଅନେକ ଆଶା କରିଥିଲେ। କିନ୍ତୁ ଏଥର ବି ଦିଲ୍ଳୀବାସୀଙ୍କ ସହ ବୈମାତୃକ ମନୋଭାବ ପୋଷଣ କରାଯାଇଛି। ଦିଲ୍ଲୀକୁ ଯଦି ବିଜେପି ଗୁରୁତ୍ଵ ଦେଉନି ତେବେ ଦିଲ୍ଲୀବାସୀ ସେ ଦଳକୁ କାହିଁକି ଭୋଟ୍‌ ଦେବେ ବୋଲି ସେ ପ୍ରଶ୍ନ କରିଛନ୍ତି। ଏଥିସହ ନିର୍ବାଚନ ପୂର୍ବରୁ ଲୋକଙ୍କ କଥା ବୁଝୁନଥିବା ବିଜେପି ନିର୍ବାଚନ ସରିଲେ କି କଥା ରଖିବ ବୋଲି ମଧ୍ୟ ପ୍ରଶ୍ନ ଉଠାଇଛନ୍ତି କେଜ୍ରିୱାଲ। ଅନୁରୂପ ଭାବେ ବଜେଟ୍‌ କେବଳ ଭାଷଣବାଜି ବୋଲି କହି ମୋଦୀ ସରକାର ଉପରେ ବର୍ଷିଛନ୍ତି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ।

Spread the love