March 22, 2025

ଉତ୍ତରପ୍ରଦେଶ ହିନ୍ଦୁ ମହାସଭା ଅଧ୍ୟକ୍ଷଙ୍କୁ ଗୁଳିକରି ହତ୍ୟା

ଲକ୍ଷ୍ନୌ,୨/୨: ଲକ୍ଷ୍ନୌ କେନ୍ଦ୍ରସ୍ଥଳରେ ଥିବା ହଜରତଗଞ୍ଜ ଅଞ୍ଚଳରେ ରବିବାର ସକାଳେ ଦୁଇଜଣ ଦୁର୍ବୃତ୍ତ ମଟରସାଇକେଲ୍‌ରେ ଆସି ଉତ୍ତର ପ୍ରଦେଶ ୟୁନିଟ୍‌ ‘ଅଖିଳ ଭାରତୀୟ ହିନ୍ଦୁ ମହାସଭା’ର ଅଧ୍ୟକ୍ଷଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ‘ଅଖିଳ ଭାରତୀୟ ହିନ୍ଦୁ ମହାସଭା’ର ଅଧ୍ୟକ୍ଷ ରଣଜୀତ ବଚ୍ଚନ ତାଙ୍କ ସାନଭାଇଙ୍କ ସହ ପ୍ରାତଃ ଭ୍ରମଣ କରୁଥିବାବେଳେ ହଜରତଗଞ୍ଜସ୍ଥିତ ସେଣ୍ଟ୍ରାଲ୍‌ ଡ୍ରଗ୍‌ ରିସର୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ନିକଟରେ ଦୁଇଜଣ ଦୁର୍ବୃତ୍ତ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଘଟଣାସ୍ଥଳରେ ଗୋରଖପୁର ଜିଲ୍ଲା ନିବାସୀ ରଣଜୀତ ବଚ୍ଚନଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ତାଙ୍କ ଭାଇ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ କିଙ୍ଗ୍‌ ଜର୍ଜସ୍‌ ମେଡିକାଲ୍‌ ୟୁନିଭର୍ସିଟିର ଟ୍ରମା ସେଣ୍ଟର୍‌ରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ସୂଚନାଯୋଗ୍ୟ, ଗତ ଅକ୍ଟୋବର ମାସରେ ହିନ୍ଦୁ ସମାଜ ପାର୍ଟିର ଜାତୀୟ ଅଧ୍ୟକ୍ଷ କମଳେଶ ତିଓ୍ଵାରିଙ୍କୁ ଖୁର୍ସିଦ୍‌ବାଗସ୍ଥିତ ତାଙ୍କ ବାସଭବନରେ ହତ୍ୟା କରାଯାଇଥିଲା।

Spread the love