February 17, 2026

ମହାରାଷ୍ଟ୍ରରେ ଲାଗୁହେବନି ‘ଏନ୍‌ଆର୍‌ସି’

ମୁମ୍ବାଇ,୨/୨: ମହାରାଷ୍ଟ୍ରରେ ‘ଏନ୍‌ଆର୍‌ସି’ ଲାଗୁହେବ ନାହିଁ। ଏ ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସ୍ପଷ୍ଟ କରିଛନ୍ତି। କିନ୍ତୁ, ନାଗରିକ ସଂଶୋଧନ ଆଇନ ବା ‘ସିଏଏ’ ସମ୍ପର୍କରେ ଶିବସେନା ମୁଖ୍ୟ ତଥା ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦାର ମନୋଭାବ ପୋଷଣ କରିବା ସହ ଏହା କୌଣସି ଭାରତୀୟଙ୍କର ନାଗରିକତ୍ୱ ରଦ୍ଦ କରୁନାହିଁ ବୋଲି କହିଛନ୍ତି। ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ସହ ଏକ ସାକ୍ଷାତ୍‌କାରରେ ଉଦ୍ଧବ ଠାକ୍‌ରେ ଏ କଥା କହୁଥିବା ଶୁଣାଯାଉଛି। ରବିବାର ଉକ୍ତ ସାକ୍ଷାତକାରର ‘ପ୍ରମୋ’ ରିଲିଜ୍‌ ହୋଇଛି। ସୂଚନାଯୋଗ୍ୟ, ‘ସିଏଏ’ ପ୍ରଣୟନ ବିରୋଧରେ ଅନ୍ୟ ରାଜ୍ୟଗୁଡ଼ିକ ସହ ମହାରାଷ୍ଟ୍ର ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଥିଲା। ଅନ୍ୟପକ୍ଷରେ କେରଳ, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ପଶ୍ଚିମବଙ୍ଗ ଏହି ଆଇନକୁ ତୀବ୍ର ବିରୋଧ କରୁଛନ୍ତି। ଏମିତିକି ‘ସିଏଏ’ ବିରୋଧରେ ଗତ ୧୪ ତାରିଖରେ ପିନରାୟି ବିଜୟନଙ୍କ ନେତୃତ୍ୱାଧୀନ କେରଳ ସରକାର ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Spread the love