ନୂଆଦିଲ୍ଲୀ,୨/୨: ଦିନକୁ ଦିନ ଅଣାୟତ୍ତ ହେଉଛି କରୋନା ଭାଇରସ୍। ବଢିଚାଲିଛି ମୃତ୍ୟୁସଂଖ୍ୟା। ଚୀନ୍ର ହୁବେଇ ପ୍ରଦେଶରେ ରବିବାର କରୋନା ଭାଇରସ୍ ସଂକ୍ରମଣ ଯୋଗୁଁ ଅସୁସ୍ଥ ହୋଇଥିବା ଆଉ ୪୫ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଫଳରେ ଉକ୍ତ ଭାଇରସ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ବୃଦ୍ଧିପାଇ ୩୦୪ରେ ପହଞ୍ଚିଛି। ଅନ୍ୟପକ୍ଷରେ ପୃଥିବୀର ଅନ୍ୟ ଦେଶଗୁଡିକୁ ଏହି ଭୂତାଣୁ ବ୍ୟାପୀ ଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଏହାକୁ ‘ବିଶ୍ୱ ଜନସ୍ୱାସ୍ଥ୍ୟ ସଙ୍କଟ’ ବୋଲି ଘୋଷଣା କରିଛି। ‘ଦି ନ୍ୟୁୟର୍କ ଟାଇମ୍ସ୍’ ରିପୋର୍ଟ ଅନୁସାରେ, ଥାଇଲାଣ୍ଡ୍ରେ ୧୪ଜଣ, ହଙ୍ଗ୍କଙ୍ଗ୍ରେ ୧୦ ଜଣ, ଯୁକ୍ତରାଷ୍ଟ୍ର ଆମେରିକା, ତାଇଓ୍ଵାନ୍, ଅଷ୍ଟ୍ରେଲିଆ ଏବଂ ମାକାଉରେ ୫ଜଣ ଲେଖାଏଁ, ସିଙ୍ଗାପୁର, ଦକ୍ଷିଣ କୋରିଆ ଏବଂ ମାଲେସିଆରେ ୪ଜଣ ଲେଖାଏଁ, ଜାପାନରେ ୧୧ଜଣ, ଫ୍ରାନ୍ସରେ ୫ଜଣ, ଜର୍ମାନୀରେ ୪ଜଣ, କାନାଡାରେ ୩ଜଣ, ଭିଏତ୍ନାମ୍ରେ ୨ଜଣ, ନେପାଳ, କାମ୍ବୋଡିଆ ଏବଂ ୟୁନାଇଟେଡ୍ ଆରବ ଏମିରେଟ୍ରେ ଜଣେ ଲେଖାଏଁ କରୋନା ଭାଇରସ୍ରେ ସଂକ୍ରମଣ ହୋଇଛନ୍ତି। ଚୀନ୍କୁ ନଯାଇ ମଧ୍ୟ ତାଇଓ୍ଵାନ୍, ଜର୍ମାନୀ, ଭିଏତ୍ନାମ୍ ଏବଂ ଜାପାନରେ କେତେକ ରୋଗୀଙ୍କଠାରେ କରୋନା ଭାଇରସ୍ ସଂକ୍ରମଣ ହୋଇଥିବା ରିପୋର୍ଟ ମିଳିଛି। କିନ୍ତୁ, ଅଦ୍ୟାବଧି ଏହି ଭାଇରସ ଯୋଗୁଁ ଚୀନ୍ ବ୍ୟତୀତ ଅନ୍ୟ କୌଣସି ଦେଶର ଲୋକ ମରି ନାହାନ୍ତି।
More Stories
Satya News24
ନିଶା-ରାଣୀ ପଣ୍ଡା ଅଡିଓ ଭାଇରାଲ
ସ୍ନାନବେଦୀରୁ ସିଧା ପ୍ରସାରଣ