March 16, 2026

୨୪ ଘଣ୍ଟାରେ ଚିହ୍ନଟ ହେଲ ୩୯୩ କରୋନା ରୋଗୀ, ଆଖି ବୁଜିଲେ ୫

 

ଭୁବନେଶ୍ୱର:ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୭ ଜିଲ୍ଲାରୁ ୩୯୩ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ ସେଣ୍ଟରରୁ ୩୯୩ ରୋଗୀ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ ୧୬୫ ରହିଛି। ସେହିପରି ଦିନକରେ ୫ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି।

ଆଜି ଅନୁଗୁଳରେ ସର୍ବାଧିକ ୪୭ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡରୁ ୪୪ ଓ  ଖୋର୍ଦ୍ଧାରୁ ୩୯ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ବାକି ୨୪ ଜିଲ୍ଲାରୁ ଚିହ୍ନଟ ହୋଇଥିବା ରୋଗୀ ସଂଖ୍ୟା ୩୦ ତଳେ ରହିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨୩୭୫୭ ଥିବାବେଳେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୩୧୮୬୮୩। ବର୍ତ୍ତମାନ ଆକ୍ଟିଭ କେସ ଅଛି ୩୨୧୪।

ସେହିପରି ଆଜି ମୟୂରଭଞ୍ଜରୁ ୨ ଜଣ ରୋଗୀ ଆଖି ବୁଜିଥିବାବେଳେ ଭୁବନେଶ୍ୱର, ଖୋର୍ଦ୍ଧା, ସୁନ୍ଦରଗଡରୁ ଜଣେ ଲେଖାଏ ରୋଗୀ ଆଖି ବୁଜିଛନ୍ତି।

Spread the love