ନୂଆପଡ଼ା,୧୬/୧: ନୂଆପଡ଼ା ଜିଲ୍ଲା ଖରିଆର ରୋଡର ଜୋଙ୍କ ପୋଲିସ ୨୯ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ସେମାନଙ୍କ ମଧ୍ୟରେ ୭ ଜଣ ଶିଶୁ ରହିଥିବା ଜଣାପଡ଼ିଛି। ଘଟଣାରେ ସମ୍ପୃକ୍ତ ଜଣେ ଦଲାଲ ଓ ଗାଡ଼ି ଚାଳକଙ୍କୁ ଗିରଫ କରାଯାଇ କୋର୍ଟ ଚାଲଣ କରାଯାଇଛି। ଏ ନେଇ ଜୋଙ୍କ ପୋଲିସ ସୂଚନା ଦେଇଛି। ସୂଚନାନୁଯାୟୀ, ବୁଧବାର ରାତିରେ ଖରିଆର ରୋଡର ଜୋଙ୍କ ପୁଲିସ ପାଟ୍ରୋଲିଂ କରୁଥିବାବେଳେ ଜାମିଳିଠାରେ ଏକ ପିକ୍ ଭ୍ୟାନରେ ଜାମିଳି ଓ ବିରୋମାଲର ୨୯ ଜଣ ଶ୍ରମିକ ରାଜ୍ୟ ବାହାରକୁ ଚାଲାଣ ହେଉଥିବା ନେଇ ସୂଚନା ପାଇଥିଲା। ଚଢ଼ଉ କରି ପୋଲିସ ଗାଡ଼ିକୁ ଜବତ କରିଥିଲା। ପଚାରାଉଚରା ପରେ ଏହି ୨୯ ଶ୍ରମିକଙ୍କୁ ସମ୍ବଲପୁର ରେଳଷ୍ଟେସନରୁ ଉତ୍ତର ପ୍ରଦେଶକୁ ନିଆଯାଉଥିବା ଜଣାପଡ଼ିଥିଲା। ଘଟଣାରେ ପୋଲିସ ଏକ ମାମଲା ରୁଜୁକରି ଦାଦନ ଦଲାଲ ଜାମିଳି ଗ୍ରାମର ଭବାନୀ ପ୍ରସାଦ ମିଶ୍ର(୪୧) ଓ ଗାଡ଼ିଚାଳକ ବେଲଟୁକୁରୀ ଥାନା କନ୍ଦାଢ଼ାପର ନରେଶ ମିର୍ଦ୍ଧାଙ୍କୁ ଗିରଫ କରିଥିଲା। ଉଦ୍ଧାର ଶ୍ରମିକମାନଙ୍କୁ ସେମାନଙ୍କ ଘରକୁ ପଠାଯାଇଛି।
More Stories
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍
ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ
ଲୁଟେରାଙ୍କୁ ଧରିବାକୁ କମିଶନରେଟ ପୋଲିସର ଆଣ୍ଟି ବର୍ଗଲାରୀ ସ୍କ୍ୱାର୍ଡ