January 30, 2026

୬୫ତମ ଫିଲ୍ମଫେୟାର ଆୱାର୍ଡ: ‘ଗଲି ବୟ’କୁ ସର୍ବାଧିକ ପୁରସ୍କାର

ମୁମ୍ବାଇ,୧୬/୨: ୬୫ତମ ଫିଲ୍ମଫେୟାର ଆୱାର୍ଡ ଶନିବାର ଆସାମର ଗୁଆହାଟୀଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରଣବୀର ସିଂ ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ‘ଗଲି ବୟ’ ସର୍ବାଧିକ ୧୦ଟି ପୁରସ୍କାର ପାଇଛି। ଶ୍ରେଷ୍ଠ ଫିଲ୍ମ ଭାବେ ‘ଗଲି ବୟକୁ’ ପୁରସ୍କାର ମିଳିଥିବାବେଳେ ଶ୍ରେଷ୍ଠ ନିର୍ଦେଶକ ଭାବେ ଜୋୟା ଅଖତାରଙ୍କୁ ପୁରସ୍କାର ମିଳିଛି। ରଣବୀର ସିଂ ଏବଂ ଆଲିଆ ଭଟ୍ଟ ଶ୍ରେଷ୍ଠ ଅଭିନେତା ଏବଂ ଅଭିନେତ୍ରୀ ଭାବେ ପୁରସ୍କୃତ ହୋଇଛନ୍ତି। ସେହିପରି ଡାଇରେକ୍ଟର ରମେଶ ସିପ୍ପୀଙ୍କୁ ଫିଲ୍ମ ଫେୟାର ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଛି। ଅପରପକ୍ଷରେ ଫିଲ୍ମ ଏ ‘ଆର୍ଟିକିଲ -୧୫’ ପାଇଁ ଆୟୁଷ୍ମାନ ଖୁରାନାଙ୍କୁ ଶ୍ରେଷ୍ଠ ଅଭିନେତା(କ୍ରିଟିକ୍ସ) ଏବଂ ଫିଲ୍ମ ସାଣ୍ଢ କି ଆଁଖ ପାଇଁ ଅଭିନେତ୍ରୀ ଭୂମି ପେଡନେକର ଏବଂ ତାପସୀ ପାନୁଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି।

Spread the love